ଦୋକାନ ଭିତରକୁ ପଶିଗଲା ଟ୍ରକ ।

0 489

ଭଞ୍ଜନଗର, ୧୩/୧୧. ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଡ଼ି ୦୫ ଏୟୁ ୮୨୨୫ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଯିବାରୁ ଗାଡ଼ି ସମେତ କେତେକ ଦୋକାନର ମଧ୍ୟ ସାମ୍ନା ପଟ ଭାଙ୍ଗି ନଷ୍ଟ ହୋଇଯାଇଛି।ଟ୍ରକଟି ନୟାଗଡ଼ ଦଶପଲ୍ଲାରୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।ଖବର ପାଇ ଭଞ୍ଜନଗର ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.