ଛେଚା ଖାଇଲେ ଦୁଇ ବାଇକ ଲୁଟେରା, ଜଣେ ଫେରାର ।

0 324

ଭଞ୍ଜନଗର,୦୩/୧୧(ପିପିଟି): ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ବାଇକ ଓ ସାଇକେଲ ଚୋରି ବୃଦ୍ଧି ପାଇବାରେ ଲାଗିଛି।ଲୁଟେରାମାନେ ଜନ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରୁ ଦିନ ଦ୍ଵି ପହରରେ ନିର୍ଦ୍ୱନ୍ଦରେ ଚୋରୀ କରି ଖସି ଯାଉଛନ୍ତି। ବୁଧବାର ଜାମ ପଲି ଛକରେ ଦୁଇଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିବାରେ ସକ୍ଷମ ହୋଇଥିଲା ବେଳେ ଅନ୍ୟ ଜଣେ ଖସି ପଳେଇ ଥିବା ଜଣାପଡିଛି।ତନରଡ଼ା ଗ୍ରାମର ସନିଆ ମଳିକ ନିଜ ବାଇକ ଜାମ ପଲି ଛକରେ ରଖି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହାଠାତ୍ ଏକ ବାଇକରେ ୩ଜଣ ଯୁବକ ଆସି ସନିଆର ବାଇକ ଖୋଲି ନେଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ଲୋକ ଏହାଦେଖି ୨ଜଣ ଲୁଟେରାଙ୍କୁ ଗୋଡେଇ ଗୋଡେଇ ଧରିଥିଲେ।ସେମାନଙ୍କୁ ସ୍ଥାନୀୟ ଲୋକେ ଉତ୍ତମ ମଧ୍ୟମ ଛେଚିବା ପରେ ପୋଲିସକୁ ଖବର ଦେଇଥିଲେ।ଉଭୟ ଲୁଟେରାଙ୍କୁ ପୋଲିସ ଉଦ୍ଧାର କରି ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସେମାନଙ୍କ ଘର ବୁଗୁଡା ଅଞ୍ଚଳରେ ବୋଲି ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.