ସରକାରଙ୍କ ସହାୟତା ମାନସିକ ଅନଗ୍ରସର ବ୍ଯକ୍ତିଙ୍କ ନିକଟରେ ଅପହଞ୍ଚ ।

0 101

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୦୫/୦୪- କରୋନା ଭାଇରସ୍ କୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ପଦକ୍ଷେପ,ସଚେତନ ଓ ଆର୍ଥିକ ସହାୟତା କରି ଆସୁଛନ୍ତି କିନ୍ତୁ ବାସ୍ତବରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଏବେ ସମୀକ୍ଷା କରିବାର ସମୟ ନାହିଁ ।ଗରୀବ ଲୋକ ମନଙ୍କୁ ରନ୍ଧନ ଖାଦ୍ୟ,ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ବୁଢାମ୍ବ ଠାରେ ଜଣେ ମାନସିକ ଅନଗ୍ରସର ବ୍ଯକ୍ତି ଲକ୍ ଡାଉନ ହେବା ଠାରୁ ବିଶ୍ରାମଗାର ନିକଟରେ ପଡି ରହୁଛି ।ସେହି ରାସ୍ତା ଦେଇ ପୋଲିସ୍,ପ୍ରଶାସନ ଅଧିକାରୀ,ଲୋକ ପ୍ରତିନିଧି ମାନେ ଯିବା ଆସିବା କରୁଛନ୍ତି କିନ୍ତୁ ଏହି ଅସହାୟ ମାନସିକ ଅନଗ୍ରସର ବ୍ଯକ୍ତି ପ୍ରତି କାହାର ନଜର ନାହିଁ ।ସ୍ଥାନୀୟ ଜଣେ ଯୁବକ ନିଜେ ଏହି ଅସହାୟ ବ୍ଯକ୍ତିଙ୍କୁ କିଛି ଖାଇବାକୁ ଦେଉଛନ୍ତି ।ବୁଢାମ୍ବ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କ ଦୂରଦୃଷ୍ଟି ଅଭାବ ଥିବା ଘଟଣାରୁ ଜଣାପଡୁଛି ।ସରକାରଙ୍କ ନିର୍ଦ୍ଦେଶ କାହିଁକି ଏଠାରେ କାର୍ଯ୍ୟ କରୁନାହିଁ ତାହା ସ୍ଥାନୀୟ ପ୍ରଶାସନ ହିଁ ଉତ୍ତର ଦେଇ ପାରିବେ ।

Leave A Reply

Your email address will not be published.