ସରପଞ୍ଚଙ୍କୁ ବହିଷ୍କାର ଦାବିରେ ବ୍ଲକ ସମ୍ମୁଖରେ ଗଣଧାରଣା।

0 361

ରଣପୁର,୨୮/୧୦(ପିପିଟି):ଖାଇରପଲ୍ଲୀ ଗ୍ରା.ପ ଉନ୍ନୟନ ସଂଗ୍ରାମ ସମିତି ତରଫରୁ ଆଜି ରଣପୁର ବ୍ଲକ ସମ୍ମୁଖରେ ଗଣଧାରଣ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଖାଇରପଲ୍ଲୀଙ୍କ ମହାଦୁର୍ନୀତିର ପର୍ଦ୍ଦାଫାସ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ପରେ ଜିଲ୍ଲାପାଳ ନୟାଗଡ଼ ଜିଆରଏସ କୁ ବହିଷ୍କାର କରିବା ପଞ୍ଚାୟତ ଅଧିକାରୀଙ୍କୁ ନିଲମ୍ବନ କରିବା ,ସ୍ପେଶାଲ ଅଡିଟି ଓ ସରପଞ୍ଚଙ୍କ ବିରୁଦ୍ଧରେ କେଶ ରୁଜୁ କରିବାକୁ କହିଥିଲା ବେଳେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କାଳ କ୍ଷେପଣ ନୀତି ଗ୍ରହଣ କରିବା ସହ ସରପଞ୍ଚଙ୍କ ମହାଦୁର୍ନୀତିକୁ ଘଣ୍ଟ ଘୋଡାଇ ପୁଣି କୌଣସି ପଲ୍ଲୀ ସଭା ଓ ଗ୍ରାମ ସଭା ନ ଥାଇ ଉନ୍ନୟନ କାମ ବେଆଇନ ଭାବେ କରି ଚାଲିଛନ୍ତି। ସଂଗଠନ ତରଫରୁ ଏହାକୁ ବିରୋଧ କରି ବାରୁ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଉକ୍ତବିଲ୍ ଗୁଡିକ ହେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ବିଚାରାଧୀନ ଥିଲାବେଳେ ବ୍ଲକ ପ୍ରଶାସନ ନିଜେ ବିଡିଓ ସରକାରୀ ଦଳର ନିର୍ଦେଶରେ ଚଞ୍ଚକତା କରି ବିଲି କରିବାକୁ କାର୍ଯ୍ୟ ଆରମ୍ଭ କରିବାରୁ ଏହାର ପ୍ରତିବାଦରେ ଆଜିର ଧାରଣା ଦିଆଯାଇ  ଜିଲ୍ଲାପାଳଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ବିଲ୍ ବନ୍ଦ କରିବା,ବେଆଇନ ପ୍ରକଳ୍ପକୁ ଅସିଦ୍ଧ କରିବା,ଆବାସ ଗୃହ,ଭତ୍ତା ଓ ପାଇଖାନାରେ ଦୁର୍ନୀତିର ତୁରନ୍ତ ତଦନ୍ତ, ଫାଇଲିନ ଓ କୋଭିଡ ର ଚାଉଳ ଓ ଆର୍ଥିକ ସହାୟତାର ଦୁର୍ନୀତି ର ତଦନ୍ତ କରିବାକୁ ଦାବୀ କରିଥିଲେ। ଉକ୍ତ ଦାବି ପତ୍ର ଗ୍ରହଣ କରି ଅତିରିକ୍ତ ବିଡିଓ ପ୍ରଶାସନ ତରଫରୁ ଆସନ୍ତା ନଭେମ୍ବର ୫ ତାରିଖ ମଧ୍ୟରେ ପ୍ରତିଶୃତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।ପୋଲିସି ଅଧିକାରୀ ପ୍ରିତ୍ତି ମହାନ୍ତି ଏହାର ସଂଯୋଜନା କରିଥିଲେ। ବ୍ୟତିକ୍ରମ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଥିଲା ।ଉନ୍ନୟନ ସଂଗ୍ରାମ ସମିତିର ଆବାହକ ତଥା ସମିତି ସଭ୍ୟ ଧୁଶାସନ ଜେନା ଏହାର ନେତୃତ୍ୱ ନେଇଥିଲା ବେଳେ ସୁରେଶ ସ୍ବାଇଁ,ସବ୍ୟସାଚୀ ସେନାପତି, ନିତ୍ୟାନନ୍ଦ ପରିଡା,ସୁଶୀଲ ମହାନ୍ତି,ରଜତ ଜେନା,ପୂର୍ଣ୍ଣିମା ମହାପାତ୍ର, ଉମେଶ ପ୍ରଧାନ ଓ ଲଷ୍ମୀଧର ଲେଙ୍କା ପ୍ରମୂଖ ବକ୍ତବ୍ୟ ଦେଇଥିଲେ।

 

 

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.