ଆଇପିଏଲ୍ ବେଟିଂ ରାକେଟ୍ ଘଟଣାରେ ମୁଖ୍ଯ ଅଭିଯୁକ୍ତ ସମେତ ୮ ଜଣ ଗିରଫ।

0 1,099

ବ୍ରହ୍ମପୁର‌,୧୧/୧୦: ବ୍ରହ୍ମପୁରରେ ଚାଲିଥିବା ଆଇପିଏଲ୍‌ ବେଟିଂ କାରବାର ଉପରେ ତୀକ୍ଷ୍‌ଣ ନଜର ରଖିଥିଲା ପୁଲିସ। ଶେଷରେ ପୁଲିସ ଏକ ବଡ଼ଧରଣର ଅନ୍‌ଲାଇନ୍‌ ବେଟିଂ ରାକେଟ୍‌ ଠାବ କରିବାରେ ସକ୍ଷମ ହୋଇଛି। ଏହି ରାକେଟ୍‌ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ତଥା ଷ୍ଟକିଷ୍ଟ୍‌ ସମେତ ୮ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ପାଢ଼ୀ କଲୋନିର ଜଗନ୍ନାଥ ଚୌଧୁରୀ, ହଳଦିଆପଦରର ସନ୍ତୋଷ କୁମାର ନାୟକ, ଗୋସାଇଁ ନୂଆଗାଁ ବୈଦ୍ୟଷ୍ଟ୍ରିଟ୍‌ର ଅଜିତ କୁମାର ସାହୁ, ଅମ୍ବିକାନଗର ପ୍ରଥମ ଲାଇନ୍‌ର ସବ୍ୟସାଚୀ ପାଢ଼ୀ ଓ କୀର୍ତ୍ତିରଂଜନ ଶତପଥୀ ଓରଫ୍‌ ଶ୍ରୀନୁ, ବିଜିପୁରର ନିଳାଦ୍ରୀ ପାଢ଼ୀ, ଗୋସାଇଁ ନୂଆଗାଁର ରାମ ପ୍ରସାଦ ଚୌଧୁରୀ ଓ ଗୋସାଇଁ ନୂଆଗାଁ ସାଲିଆବନ୍ଧ ସାହିର ବିନୋଦ ପଣ୍ଡା ବୋଲି ପୁଲିସ କହିଛି। ଏମାନଙ୍କ ନିକଟରୁ ମୋଟ ୮ଲକ୍ଷ ୬୩ହଜାର ୨ଶହ ଟଙ୍କା ସମେତ ୧୧ଟି ମୋବାଇଲ ଜବତ କରାଯାଇଥିବା ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ବୈଦ୍ୟନାଥପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କେସ୍ ନମ୍ବର ୨୭୩/୨୧ ରେ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Leave A Reply

Your email address will not be published.