ଭୁବନେଶ୍ୱର,୧୦/୧୦(ପିପିଟି):ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ସୋସାଇଟି ଚେଞ୍ଜର୍ସ ତରଫରୁ ଆଜି ସକାଳେ ପିପିଲି-ଡେଲାଙ୍ଗର ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ସୋସାଇଟି ଚେଞ୍ଜର୍ସ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ସଂଗଠନର ରାଜ୍ୟ ସଭାପତି ସାରଦା ପ୍ରସାଦ ଦାସ ଉପସ୍ଥିତ ରହି ରୁଦ୍ର ମହାରଥୀ ଆଗକୁ ପିପିଲି ଅଞ୍ଚଳରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିବା ସହ ରୁଦ୍ରଙ୍କ ବିଜୟ ଯୁବପିଢ଼ିଙ୍କୁ ରାଜନୈତିକ ମୈଦାନରେ ପ୍ରବେଶ ପାଇଁ ଆକୃଷ୍ଟ କରିବ ଏବଂ ଏହା ନିଶ୍ଚିତ ଭାବେ ଏକ ସକରାତ୍ମକ ଆରମ୍ଭ ବୋଲି ମତ ଦେଇଥିଲେ। ସଂଗଠନର ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶୁଭମ ଚୌଧୁରୀ, ରାଜ୍ୟ ସହ-ସମ୍ପାଦକ ପ୍ରବୋଧ ରାଉତ ଓ ସିଦ୍ଧାର୍ଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।