ପିପିଟି ପକ୍ଷରୁ ବାଲୁଙ୍କେଶ୍ଵର ଅନାଥାଶ୍ରମରେ ମାସ୍କ, ସାନିଟାଇଜର, ସାବୁନ ଓ ଛତା ବଣ୍ଟନ

0 1,737

ଧରାକୋଟ, ୦୨/୧୦(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଧରାକୋଟ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଅନାଥାଶ୍ରମରେ ଅନ୍ତେବାସୀ ମାନଙ୍କୁ ମାସ୍କ, ସାନିଟାଇଜର,ସାବୁନ ଓ ଛତା ବଣ୍ଟନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଅନାଥାଶ୍ରମର ପରିଚାଳକ କେ.ଟୁନା ଦୋରାଙ୍କ ସଭାପତିତ୍ବରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି। ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି ଓ ପରିଚାଳକ କେ. ଟୁନା ଦୋରା ଗାନ୍ଧୀଜୀ ଓ ଶାସ୍ତ୍ରୀଙ୍କ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ପିପିଟି ସଭାପତି ଦେବସ୍ମିତା ମହାନ୍ତି, ପିପିଟି ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାମ୍ବାଦିକ ହୃଦାନନ୍ଦ ଜେନା, ସାମ୍ବାଦିକ ଉମାଚରଣ ପଟ୍ଟନାୟକ, କବିସୂର୍ଯ୍ୟନଗର ପ୍ରେସ୍ କ୍ଲବ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ,ପିଣ୍ଟୁ ପ୍ରଧାନ, ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଅନାଥଶ୍ରମର ଗୃହପିତା ଶିଶିର କୁମାର ରାଜ,ଗୃହ ମାତା ପ୍ରଭାସିନୀ ସ୍ବାଇଁ, ସୁପରିଟେଣ୍ଡେଣ୍ଟ ପି.ଗୀତାଞ୍ଜଳୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.