ସ୍ୱଚ୍ଛତା ଅଭିଯାନ ଚାଲୁ ରଖିବା ନିମନ୍ତେ ସାମୁହିକ ଶପଥ ପାଠ ।

0 356

ଛତ୍ରପୁର,୦୧/୧୦(ପିପିଟି): ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୁର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ” ସ୍ଲୋଗାନ ଦେଇ ଗ୍ରାମ ପଞ୍ଚାୟତ ସ୍ତର ଠାରୁ ଆରପମ୍ଭ କରି ସହରାଞ୍ଚଳର ସମସ୍ତ ସ୍ଥାନରେ ଆଜି ସାମୁହିକ ଶପଥପାଠ କରାଯାଇଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଛନ୍ତି ଯେ ଅକ୍ଟୋବର ମାସର ପ୍ରତ୍ୟେକ ସୋମବାର ଦିନ ପ୍ଲାଷ୍ଟିକ ମୁକ୍ତ ଏବଂ ଜଳ ସ୍ବଚ୍ଛ ଦିବସ ପାଳନ ହେବ । ଆଜିର ଏହି ପ୍ରଥମ ଦିବସରେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଲି ଏବଂ ଶପଥ ପାଠ କରାଇଥିଲେ । ମୋ ସ୍ବାଭିମାନ ଓ ସ୍ବଚ୍ଛ ଗଞ୍ଜାମର ବହୁଳ ପ୍ରଚାର କରି ଜିଲ୍ଲାରୁ ଯେପରି ପ୍ଲାଷ୍ଟିକ ମୁକ୍ତ ହେବ ସେ ଦିଗରେ ପ୍ରୟାସ ଜାରି ରହିବ । ଜିଲ୍ଲାପାଳ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ପ୍ଲାଷ୍ଟିକ୍ ବ୍ୟବହାର କମ୍ କରନ୍ତୁ ଏବଂ ଯେଉଁ ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାର ଅପରିହାର୍ଯ୍ୟ ହେଉଛି ତାହାର ବ୍ୟବହାର ପରେ ସେଗୁଡିକର ପରିଚାଳନା ଯେପରି ସଠିକ୍ ହୋଇ ପାରିବ ସେଥି ନିମନ୍ତେ ତତ୍ପରତା ପ୍ରକାଶ କରନ୍ତୁ । ପୋଖରୀ ଗୁଡିକର ସୌନ୍ଦର୍ଯୟ ଓ ସଫେଇ କରଣ ଦିଗରେ ଗୋଷ୍ଠୀଗତ ମାନଙ୍କର ସଂପୃକ୍ତି ନିହାତି ଆବଶ୍ୟକ । ସେଥି ନିମନ୍ତେ ପୋଖରୀ କମିଟି ଗଠନ କରାଯାଇ ତାର ପରିଚାଳନା ଦାୟୀତ୍ବ ପ୍ରଦାନ କରାଯିବ । ଜନସାଧାରଣଙ୍କର ସହଭାଗୀତା ଦ୍ବାରା ହିଁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଆଜିର ପ୍ରଥମ ଦିବସରେ ଗୋପାଳପୁର ବେଳାଭୂମି, ହିଞ୍ଜିଳିକାଟୁ, ବ୍ରହ୍ମପୁର ପ୍ରଭୃତି ଅଞ୍ଚଳରେ ଜିଲ୍ଲାପାଳଙ୍କ ଦ୍ବାରା ପ୍ରଚାର ପ୍ରସାର କରାଯାଇଥିଲା ।

Leave A Reply

Your email address will not be published.