ମାଲକାନଗିରି,ତା:୨୮/୦୯(ପିପିଟି): ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ବାରା ଓଡିଶାରେ ପ୍ରଚଳିତ ଆଶୀର୍ବାଦ ଯୋଜନାରେ ମାଲକାନଗିରି ଜିଲ୍ଲାର ପିତୃମାତୃ ହିନ ୨୧୬ ଜଣ ଶିଶୁମାନଙ୍କୁ ସିଧା ସଳଖ ଆର୍ଥକ ସହାୟତା ପ୍ରଦାନ କରାଯାଇଛି । ଫଳରେ ବଞ୍ଚି ରହିବାର ଯେଉଁ ସାମ୍ବିଧାନିକ ମୌଳିକ ଅଧିକାର ରହିଛି ତାହା ସୁଚାର ରୂପେ କାର୍ଯ୍ଯକାରୀ ହେଉଥିବା ଜଣା ପଡିଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ମୁଖ୍ଯମନ୍ତ୍ରୀଙ୍କ ଆଶୀର୍ବାଦ ଯୋଜନା ଗତ ଏପ୍ରିଲ ପହିଲା ୨୦୨୦ ରୁ ୧୫.୯.୨୦୨୧ ତାରିଖ ମଧ୍ଯରେ ଯେଉଁ ଶିଶୁମାନଙ୍କ ପିତା ମାତାଙ୍କ ଦେହାନ୍ତ ହୋଇଥିବ,ସେହି ଶିଶୁମାନଙ୍କୁ ଆଶୀର୍ବାଦ ଯୋଜନାରେ ସଂଶ୍ଳୀଷ୍ଠ କରାଯିବା ଲାଗି ନିର୍ଦ୍ଦେଶନାମା ଜାରି ରହିଛି । ପିତୃମାତୃ ହିନ ଶିଶୁମାନଙ୍କୁ ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ସରକାର ଯୋଗାଇ ଦେଉଥିବା ବେଳେ ଯେଉଁ ଶିଶୁଙ୍କର ଜଣେ ମାତ୍ର ପିତା ବା ମାତାଙ୍କର ଦେହାନ୍ତ ହୋଇଥାଏ ସେହି ଶିଶୁକୁ ମାସିକ ଭତ୍ତା ୧୫୦୦ ଟଙ୍କା ପ୍ରଦାନ କରାଯାଇଥାଏ । ଏହା ବ୍ଯତୀତ ଶିଶୁ ଗୃହରେ ରହୁଥିବା ପିତାମାତା ହିନ ଶିଶୁମାନଙ୍କୁ ମାସିକ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆ ଦେବାର ବ୍ଯବସ୍ଥା କରାଯାଇଛି ।ମାଲକାନଗିରି ଜିଲ୍ଲାରେ ମୋଟ ୪୧୦ ଜଣ ପିତୃମାତୃ ହିନ ଶିଶୁ ରହିଥିବା ବେଳେ ମାତ୍ର ୨୧୬ ଜଣ ଶିଶୁ ଭତ୍ତା ପାଇବା ଲାଗି ଯୋଗ୍ଯ ବିବେଚିତ ହୋଇଛନ୍ତି । ୨୫ ଜଣ ଶିଶୁ ପିତାମାତାଙ୍କୁ ହରାଇଥିବାରୁ ସେମାନଙ୍କୁ ୨୫୦୦ ଟଙ୍କା ଲେଖାଏଁ ମାସିକ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ୧୯୧ ଜଣ ଶିଶୁ ,ଯେଉଁମାନେ କେବଳ ପିତା ବା ମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ମାସିକ ୧୫୦୦ ଲେଖାଏଁ ଭତ୍ତା ଦିଆ ଯାଉଥିବା ଜଣା ପଡିଛି । ସେହି ଭଳି ଶିଶୁ ଗୃହରେ ରହୁଥିବା ୩ ଜଣ ଶିଶୁଙ୍କୁ ମାସିକ ଏକ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରା ଯାଇଛି । ମାଲକାନଗିରି ଜିଲ୍ଲାରେ ୩ ଗୋଟି ଶିଶୁ ଗୃହ ରହିଛି । ସେଗୁଡିକ ହେଲା ମାଲକାନଗିରି ସଦର ମହକୁମା ସ୍ଥିତ ପରିବର୍ତ୍ତନ ଶିଶୁ ଗୃହ, ବର୍ତ୍ତମାନ ସେଠାରେ ୫୬ ଜଣ ଶିଶୁ ରହୁଥିବା ବେଳେ କୋରୁକୋଣ୍ଡା ସ୍ଥିତ ନୀଳାଚଳ ଆଦିବାସୀ ସେବାଶ୍ରମ ଶିଶୁ ଗୃହରେ ୨୦ ଜଣ ଶିଶୁ ଏବଂ ଖଇରପୁଟ ନିକଟସ୍ଥ ମୁଣ୍ଡିଗୁଡା ଜୟ ଚିଲଡ୍ରେନ୍ ହୋମରେ ୩୫ ଶିଶୁ ଜଣ ଅର୍ଥାତ ସର୍ବ ମୋଟ ୧୧୧ ଜଣ ଶିଶୁ ରହୁଥିବା ଜଣା ପଡିଛି । ଏହି ଶିଶୁ ଗ୍ରୁହରୁ ମାତ୍ର ୩ ଜଣ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପାଉଛନ୍ତି । ଅତଏବ ୨୧୬ ଜଣ ପିତାମାତା ହିନ ଶିଶୁମାନଙ୍କୁ ଅଗଷ୍ଟ ଏବଂ ସେପ୍ଟେମ୍ବର ଅର୍ଥାତ ୨ ମାସର ଭତ୍ତା ସିଧାସଳଖ ସେମାନଙ୍କ ଏକାଉଣ୍ଟ ଖାତାରେ ପୈଠ କାରାଯାଇଥିବା ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post
Next Post