କୋଦଳା,୨୩/୦୯(ପିପିଟି): କୃଷି ବିଲ ପ୍ରତ୍ୟାହାର, କୃଷକ ମାନଙ୍କ ପାଇଁ ବିଦ୍ୟୁତ ରିହାତି ପ୍ରଦାନ, ଦରଦାମ ବୃଦ୍ଧି ରୋକ ସହ ୨୨ ଦଫା ଦାବୀ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି ଏହି ବ୍ଲକ ଅନ୍ତର୍ଗତ ଶାଙ୍କୁଡା ସ୍ଥିତ ଠାକୁରାଣୀ ମନ୍ଦିର ପରିସରରେ ବିଭିନ୍ନ ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅଖିଳ ଭାରତ କୃଷକ ସଭା ବେଗୁନିଆପଡା ବ୍ଲକ ସଭାପତି ସତ୍ୟବାଦୀ ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ କୃଷକ ସଭା ଜିଲ୍ଲା ଉପସଭାପତି ରଙ୍କନାଥ ସ୍ୱାଇଁ, ପି ହରିକୃଷ୍ଣ ରେଡି, ବିଜୟ ସ୍ୱାଇଁ, ଦୁର୍ଯ୍ୟୋଧନ ସ୍ୱାଇଁ, ନାରାୟଣ ସେଠୀ, ଜୟକୃଷ୍ଣ ନାହାକ, ଅରୁପନନ୍ଦ ପଟ୍ଟନାୟକଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ୨୭ ତାରିଖ ସକାଳୁ ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବା ସହ ବନ୍ଦକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )