ଭଞ୍ଜନଗର,୦୬/୦୯(ପିପିଟି); ସୋମବାର ସକାଳୁ ଭଞ୍ଜନଗର ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ପବନ ଲାଗି ରହିଥିଲା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା।ବେଲଗୁଣ୍ଠା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। କୁରୁଳେଇ ଓ ତନରଡ଼ା ଗ୍ରାମରେ ବଜ୍ରାଘାତ ଘଟି ଏକାଥରକେ ଦୁଇଜଣଙ୍କ ପ୍ରାଣହାନି ହୋଇଛି। ମୃତକ ଦ୍ବୟ ହେଲେ କୁରୁଳେଇ ଗ୍ରାମର ପ୍ରଫୁଲ ସ୍ବାଇଁ ଅନ୍ୟ ଜଣକ ହେଲେ ତନରଡ଼ା ଗ୍ରାମର ଛବିତା ଡାକୁଆ। ଦୀର୍ଘଦିନ ହେଲା ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜିର ବର୍ଷା ଯୋଗୁଁ ଏମାନେ ନିଜ ନିଜ ଜମିରେ କାମ କରୁଥିବା ବେଳେ ହାଠାତ୍ ବଜ୍ରାଘାତ ଘଟିବାରୁ ସେମାନେ କୁଆଡେ ଯାଇ ନପାରି ସେଠାରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ।ସ୍ଥାନୀୟ ଲୋକେ ଏହାଦେଖି ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ବର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବେଲଗୁଣ୍ଠା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ଜଣାପଡ଼ିଛି।ସ୍ଥାନୀୟ ଲୋକମାନେ ସେମାନଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।
(ରିପୋର୍ଟ:-ଜୟକୃଷ୍ଣ ପଟ୍ଟନାୟକ )