ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଲା ଆସିକା ବିଜୁ ଜନତା ଦଳ ।

0 366

ଆସିକା,୩୦/୦୮(ପିପିଟି); ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମିନା ଗ୍ରାମ ପଞ୍ଚାୟତରେ ଆସିକା ବିଜୁ ଜନତା ଦଳର କର୍ମୀ ସମାବେଶ ଅନୁଷ୍ଠିତ ହେଇଯାଇଛି, ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜୋନ ସଭାପତି ନଚିକେତ ସ୍ବାଇଁଙ୍କ ନେତୃତ୍ୱରେ ଶହ ଶହ ଯୁବ ଛାତ୍ର ମହିଳା ଗ୍ରାମ ପରିକ୍ରମା କରିଥିଲେ । ଏହି ବିରାଟ କର୍ମୀ ସମାବେଶରେ ମୁଖ୍ୟ ଅତିଥି ଭାବରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଉପସ୍ଥିତ ରହି କର୍ମୀ ମାନଙ୍କୁ ତୃଣମୂଳ ସ୍ଥରରୁ ମଜବୁତ କରିବା ପାଇଁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ। ନବୀନ ବାବୁଙ୍କର ସୁଶାସନ, ବିଜୁ ଜନତା ଦଳର ଆଦର୍ଶ ଓ ମଞ୍ଜୁଳା ସ୍ୱାଇଁଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳରେ ସାମିଲ ହେଇଥିବା ସଂଗ୍ରାମୀ ଯୋଦ୍ଧା ମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନେତୃବୃନ୍ଦ, ଯୁବ, ଛାତ୍ର, ସରପଞ୍ଚ,ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ଗ୍ରାମ ବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.