JSW ପାଇଁ ଜନଆନ୍ଦୋଳନ ଉପରେ ସରକାରୀ ଦମନ ବନ୍ଦକର -ସିପିଆଇ ।

0 382

ଏରସମା,୨୨/୦୮(ପିପିଟି), ଏରସମା ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ଜଗତସିଂହପୁର ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଏକ ପ୍ରେସ ବିବୃତି ମାଧ୍ୟମରେ ୨୦୧୯ ମସିହାରେ ଜିନ୍ଦଲ କମ୍ପାନୀ ଦ୍ୱାରା ଦିଆଯାଇଥିବା ଏକ ମିଛ କେସରେ ଗତ ୨୦ ତାରିଖ ସନ୍ଧ୍ୟାରେ ଅଭୟଚାନ୍ଦପୁର ପୋଲିସ ଦ୍ଵାରା ଗୋବିନ୍ଦପୁର ଗ୍ରାମରୁ ଗିରଫ ହୋଇ ସମାଗୋଳ ଜେଲରେ ଥିବା ଆନ୍ଦୋଳନକାରି ସାଥି ଟୁନା ବରାଳ, ପ୍ରବୀର ସାହାଣୀ, ନୀଳକଣ୍ଠ ଖଟୁଆ ଓ ପ୍ରଦୀପ ସ୍ବାଇଁଙ୍କ ଗିରଫଦାରୀର ଦୃଢ଼ ନିନ୍ଦା କରିବା ସହିତ ତୁରନ୍ତ ନିଃସର୍ତ୍ତ ଖଲାସ ଦାବି କରିଛନ୍ତି । ସିପିଆଇର ଇତିହାସ ହେଉଛି ଭାରତବର୍ଷ ତଥା ଓଡ଼ିଶାର ଜନ ଆନ୍ଦୋଳନର ଇତିହାସ । ଗଡ଼ଜାତ ପ୍ରଜା ଆନ୍ଦୋଳନ ଠାରୁ ପୋସ୍କୋ ବିରୋଧୀ ଆନ୍ଦୋଳନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସମସ୍ତ ଜନ ଆନ୍ଦୋଳନ ସହିତ ସିପିଆଇ ପ୍ରତିବଦ୍ଧତାର ସହିତ ରହିଛି ଓ ଜିନ୍ଦଲ ବିରୋଧୀ ଆନ୍ଦୋଳନର ଯୁକ୍ତିଯୁକ୍ତ ପରିସମାପ୍ତି ପର୍ଯ୍ୟନ୍ତ ଲଢ଼େଇର ଆଗରେ ରହିବ ବୋଲି ସିପିଆଇ ପକ୍ଷରୁ ପ୍ରକାଶ କରାଯିବା ସହିତ ଜନ ଆନ୍ଦୋଳନକୁ ସମ୍ମାନ ଦେବା ପାଇଁ ପାର୍ଟି ପକ୍ଷରୁ ସରକାରଙ୍କୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.