ଶ୍ରାବଣର ପ୍ରଥମ ସୋମବାରରେ ଶୁନଶାନ ଶୈବପୀଠ ; ଦେଖିବାକୁ ମିଳିଲାନି ବୋଲବମ ଭକ୍ତଙ୍କ ଗହଳି ।

0 238

ଉଲୁଣ୍ଡା,୨୬/୦୫(ପିପିଟି);ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ରେ ଥିବା ଶୈବ ପୀଠ ଗୁଡିକ ଆଜି ଶୂନଶାନ ରହିଥିବା ଦେଖିବାକୁ ମିଳିଛି । ଆଜିର ଦିନରେ ଶିବାଳୟ ମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ । ବିଶେଷ କରି ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳେ । ଗତବର୍ଷ ଭଳି ଏବର୍ଷ ବି ମହାମାରୀ କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣରେଖା ନାମକ ଏକ ବିରାଟ ପାଚେରୀ ଛିଡା କରିଛି । ଆଜି ଶ୍ରାବଣର ପ୍ରଥମ ସୋମବାରରେ ଆଉ ଶୁଣିବାକୁ ମିଳିନି ହର ହର ମହାଦେବ ଧ୍ୱନୀ । ଓମ୍ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ହୋଇନି ମନ୍ଦିର ପରିସର । ନା ଭକ୍ତ ଭଗବାନଙ୍କୁ ପୂଜାର୍ଚ୍ଚନା କରି ମନର କଥା କହି ପାରୁଛି । ନା ଭଗବାନଙ୍କର ଭକ୍ତ ସହ ମିଳନ ହୋଇ ପାରୁଛି । ପ୍ରତିବର୍ଷ ଶ୍ରାବଣ ସୋମବାରରେ ଉଛୁଳି ପଡ଼େ ରାଜ୍ୟର ବିଭିନ୍ନ ଶୈବପୀଠ । ଏବର୍ଷ ଖାଁ ଖାଁ ପରିବେଶ । କେବଳ ନୀତିକାନ୍ତି କରାଯାଉଛି । ସର୍ବସାଧାରଣ ଦର୍ଶନ ମନା । ତଥାପି କିଛି ଭକ୍ତ ମନ୍ଦିର ବାହାରୁ ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ମନ୍ଦିର ବାହାରେ ଜାଳିଛନ୍ତି ଭକ୍ତିର ଦୀପଟିଏ , ଢ଼ାଲିଛନ୍ତି ସାଙ୍ଗରେ ଆଣିଥିବା ପବିତ୍ର ଜଳ । ବହୁ ଭକ୍ତ ପରିବାରର ସୁଖ ମନାସୀ ମନ୍ଦିର ବାହାରେ ମୁଣ୍ଡିଆ ମାରି,ଦୀପ ଜାଳି ଗୁହାରି କରିଥିବା ଦେଖିବାକୁ ମିଳିଥିବା ବେଳେ କେହି କେହି କରୋନା ରୂପୀ ରାକ୍ଷସର ବିନାଶ କାମନା କରି ମନ୍ଦିର ବାହାରେ ଭକ୍ତିର ଦୀପଟିଏ ଜାଳିଛନ୍ତି। ଅପେକ୍ଷା କରିଛନ୍ତି ଆସନ୍ତାବର୍ଷକୁ । ସବୁ କିଛି ଠିକଠାକ ହୋଇଗଲେ ପୁଣି ଥରେ ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କରିବେ କାଉଡିଆ ଦର୍ଶନ କରବେ ସାଧାରଣ ଭକ୍ତ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.