ପିପିଟି ପକ୍ଷରୁ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ମାସ୍କ ବଣ୍ଟନ।

0 801

କବିସୂର୍ଯ୍ୟନଗର,୨୪/୦୭(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କରୋନା ମହାମାରୀକୁ ନଜରରେ ରଖି ସଚେତନ କାର୍ଯ୍ୟକ୍ରମ ଜାରି ରହିଛି ।କବିସୂର୍ଯ୍ୟନଗର ବ୍ଲକର ଜରଡ ପଞ୍ଚାୟତର ଜରଡଛକ, ତିଆଡିପଲ୍ଲୀ ଛକ, ମୋହନାପଲ୍ଲୀ, ଗଙ୍ଗାପୁର ପଞ୍ଚାୟତର ବଡଆଗୁଳ, ଗଙ୍ଗାପୁର, ନୂଆପଲ୍ଲୀ, ପିଠାପୁର, ରଘୁନାଥ ପଲ୍ଲୀ ଏବଂ ଆଠଗଡ ପାଟଣା ଠାରେ ପିପିଟି ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ପିପିଟି ବ୍ରହ୍ମପୁର ଉପଖଣ୍ଡ ପ୍ରତିନିଧି ଆରତ କୁମାର ହୋତା, ପିପିଟି ଶେରଗଡ ପ୍ରତିନିଧି ଭିକୁ ନାୟକ, ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ,ସାମ୍ବାଦିକ ଉମାଚରଣ ପଟ୍ଟନାୟକ, ପିଣ୍ଟୁ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.