ପ୍ରଵଳ ଵର୍ଷାରେ ନିଖିଳ ଓଡିଶା ଡି.ଇଏଲ୍.ଇଡି. ଛାତ୍ର ସଂଘ ନଵୀନ ନିଵାସ ଘେରାଓ କଲେ ଛାତ୍ର ଛାତ୍ରୀ।

0 548

ଭୁଵନେଶ୍ବର,ତା୨୩/୦୭(ପିପିଟି); ଡି.ଇଏଲ୍.ଇଡି. ଶେଷ ଵର୍ଷ ପରୀକ୍ଷା ଓ ଫଳ ପ୍ରକାଶନ ଆସନ୍ତା ଅଗଷ୍ଟମାସ ମଧ୍ଯରେ ଶେଷ କରିଵା ପାଇଁ ଜୁଲାଇ ୨୫ସୁଧା ଘୋଷଣା ଦାଵିରେ ସମଗ୍ର ରାଜ୍ଯର ଡି.ଇଏଲ.ଇଡି. ଛାତ୍ରଛାତ୍ରୀ ଆଜି ନଵୀନ ନିଵାସ ଘେରାଓ କରିଵା ପାଇଁ ନିଖିଳ ଓଡିଶା ଡି.ଇଏଲ୍.ଇଡି. ଛାତ୍ର ସଂଘ ପକ୍ଷରୁ ଆଜି ଭୁଵନେଶ୍ଵର ମାଷ୍ଟରକ୍ଯାଣ୍ଟିନ ଠାରେ ପ୍ରଵଳ ଵର୍ଷା ଭିତରେ ସମଵେତ ହୋଇଛନ୍ତି।ସୂଚନାଯୋଗ୍ଯ ଯେ ଗତ ଜାନୁଆରୀ ୬ତାରିଖରେ ଏସସିଇଆରଟି ପକ୍ଷରୁ ପ୍ରକାଶିତ ଵିଜ୍ଞାପ୍ତି ନଂ-୬୪ ଵଳରେ ୩୦ଜୁନ ମଧ୍ଯରେ ଶିକ୍ଷ ପ୍ରଶିକ୍ଷଣ ଶିକ୍ଷାଦାନ ଓ ଇଣ୍ଟର୍ଣ୍ଣସିପ୍ ଶେଷ କରି ଜୁଲାଇ ମଧ୍ଯରେ ଵୋର୍ଡ ପରୀକ୍ଷା ଏଵଂ ଅଗଷ୍ଟରେ ଫଳ ପ୍ରକାଶନ ପାଇଁ ଘୋଷଣା କରାଯାଇଥିଲା। ତଦନୁଯାୟୀ ଜୁନ୍ ୩୦ ମଧ୍ଯରେ ଶିକ୍ଷକ ପ୍ରଶିକ୍ଷଣ ଓ ଇଣ୍ଟର୍ଣ୍ଣସିପ୍ ସଫଳତାର ସହ ଶେଷ କରାଯାଇଅଛି। ମାତ୍ର ଆଶ୍ଚର୍ଯ୍ଯଜନକ ଭାଵେ ୧୩ଜୁଲାଇରେ ଏସସିଇଆରଟି ପକ୍ଷରୁ ଵିଜ୍ଞାପ୍ତି ନଂ-୪୩୬୭ ମାଧ୍ଯମରେ ପୁଣି ୩ମାସିଆ ଇଣ୍ଟର୍ଣ୍ଣସିପ୍ ପାଇଁ ଅଧ୍ଯୟନ ଶେଷ କରିଥିଵା ଡି.ଇଏଲ୍.ଇଡି. ଛାତ୍ରଛାତ୍ରୀ ମାନଙ୍କୁ ଵାଧ୍ଯ କରା ଯାଇଛି। ଏହି ପରିଵର୍ଦ୍ଧିତ ଇଣ୍ଟର୍ଣ୍ଣସିପ୍ ଅକ୍ଟୋଵର ୧୦ତାରିଖରେ ଶେଷ ହେଵା ପରେ ପରୀକ୍ଷା ଓ ଫଳ ପ୍ରକାଶନ ଅହେତୁକ ଭାଵେ ଵିଳମ୍ଵିତ ହେଵ। ଯାହାଫଳରେ ୟୁଜିସି ନିର୍ଦ୍ଦେଶାଵଳୀ ଅନୁସାରେ ଡିଗ୍ରୀ ଶ୍ରେଣୀରେ ପ୍ରଵେଶିକା ପ୍ରକ୍ରିୟା ସେପ୍ଟେମ୍ଵର ପହିଲାରୁ ଓ ଡିଗ୍ରୀ ଶ୍ରେଣୀର ଅଧ୍ଯୟନ ପ୍ରକ୍ରୀୟା ଅକ୍ଟୋଵରପହିଲାରୁ ଆରମ୍ଭ ହେଵ।ଡି.ଇଏଲ୍.ଇଡି. ଵୋର୍ଡ ପରୀକ୍ଷା ଫଳ ଅଗଷ୍ଟ ମଧ୍ଯରେ ପ୍ରକାଶିତ ନହେଲେ ଏମାନେ ଉଚ୍ଚ ଶିକ୍ଷାରୁ ଵଞ୍ଚିତ ହେଵେ। ଏହି ଉଦଵେଗ ନେଇ ସମଗ୍ର ରାଜ୍ଯରେ ଡି.ଇଏଲ୍.ଇଡି.ର ଶେଷ ଵର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସରକାରଙ୍କୁ ଦାଵି ପତ୍ର ମାଧ୍ଯମରେ ଵାରମ୍ଵାର ଅଵଗତ କରାଯାଇଥିଲେ ମଧ୍ଯ ସରକାର ଏହାକୁ କର୍ଣ୍ଣପାତ କରି ନାହାନ୍ତି। ଏହାର ପ୍ରତି ଵଦଳରେ ଡି.ଇଏଲ୍.ଇଡି. ଅଧ୍ଯୟନ ଓ ଇଣ୍ଟର୍ଣ୍ଣସିପ୍ ଶେଷ କରିଥିଵା ଛାତ୍ରଛାତ୍ରୀମାନେ ଘରକୁ ଘର ଵୁଲି କୋମଳମତି ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିଵେ ଏଵଂ ଏହି ଛାତ୍ରଛାତ୍ରୀ କରୋନା ମହାମାରୀ ସଂକ୍ରମିତ ହେଲେ ସରକାର ଅଥଵା ତାଙ୍କ ଶିକ୍ଷକ ଦାୟି ହେଵେ ନାହିଁ ଵୋଲି ଅଭିଭାଵକଙ୍କ ନିକଟରୁ ମାନସିକ ଚାପ ଦେଇ ସ୍ଵାକ୍ଷର କରାଇ ନେଉଛନ୍ତି। ସରକାରଙ୍କ ଏତାଦୃଶ ପଦକ୍ଷେପକୁ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ମାନଵାଧିକାର କ୍ଷୁର୍ଣ୍ଣକାରୀ ଏଭଳି କୁକାର୍ଯ୍ଯରୁ ସରକାର ଵିରତ ରହିଵାକୁ ଦାଵି କରାଯାଇଛି। ଏହି ନଵିନ ନିଵାସ ଘେରାଓରେ ଅଖିଳ ଭାରତ ଛାତ୍ର ସଂଘ ସହଵନ୍ଧିତ ନିଖିଳ ଓଡିଶା ଡି.ଇଏଲ.ଇଡି. ଛାତ୍ର ସଂଘର ରାଜ୍ଯ ସଭାପତି ଚନ୍ଦନ କୁମାର ଵିଶ୍ଵାଳ, ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରା ଜେନା,ସଂଘ ସମ୍ପାଦକ ମଳୟ ରଞ୍ଜନ ସ୍ଵାଇଁ,ଉପସଭାପତି ସରୋଜ କୁମାର ସାହୁ ଉଦଵୋଧନ ଦେଇଥିଲେ ଏଵଂ ସଂଘର ପର୍ଶୁରାମ ଵେହେରା, ଦୁତୀକୃଷ୍ଣ ଵେହେରା, ସୁଦାମ ସ୍ଵାଇଁ,ଵିଶ୍ଵ ଵିଜୟୀ ଦେଵୀ ପ୍ରସାଦ, ଦୀପ୍ତି ରଞ୍ଜନ ପାତ୍ର, ସଂଗ୍ରାମ କୁମାର ମିଶ୍ର, ଅନୁଶ୍ରୀ ରୀତାପଦ୍ମା ଓ ପୀତଵାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସରକାର ନିଜ ଵିଫଳତା ଲୁଚାଇଵା ଓ ଶିକ୍ଷା ଵେପାରୀଙ୍କ ଅସୁମାରୀ ଲାଭ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ଅନ୍ଧାର କରିଵା ଷଡ଼ଯନ୍ତ୍ର ଵିରୁଦ୍ଧରେ ଛାତ୍ରସମାଜ ଵୁଝି , ସରକାରୀ ଅନ୍ଧାରୀ ଶାସନକୁ ଉଚ୍ଚିତ ଜଵାଵ ଦେଵାପାଇଁ ନଵୀନ ନିଵାସ ଘେରାଓରେ ସମଵେତ ହୋଇଛନ୍ତି। କମିଶନରେଟ ପୋଲିସ ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଵିଦ୍ଯାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିକଟକୁ ଆନ୍ଦୋଳନ ସ୍ଥଳରୁ ସଂଘ ସଭାପତି ଚନ୍ଦନ ଵିଶ୍ଵାଳ ଓ ଏଆଇଏସ୍ଏଫ୍ ସଭାପତି ସଂଘମିତ୍ରା ଜେନା, ସଂଘ ସମ୍ପାଦକ ମଳୟ ରଞ୍ଜନ ସ୍ଵାଇଁ ଓ ଉପସଭାପତି ସରୋଜ ସାହୁଙ୍କୁ ପ୍ରମୁଖ ଯାଇଦାଵିପତ୍ର ଉପସ୍ଥାପନ କରିଛନ୍ତି।

Leave A Reply

Your email address will not be published.