ବ୍ରହ୍ମପୁର ଠାରେ ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ ।

0 3,218

ବ୍ରହ୍ମପୁର, ୧୫/୦୭(ପିପିଟି); ତୈଳ, ଗ୍ଯାସ ଓ ନିତ୍ଯବ୍ଯବହାର୍ଯ୍ଯ ଜିନିଷର ମୂଲ୍ଯ ବୃଦ୍ଧି, କରୋନାରେ ମୃତ୍ୟୁବରଣ କରିଥିବା ବ୍ଯକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ, ପ୍ରତ୍ଯେକ ପରିବାର ମୁଣ୍ଡ ପିଛା ୧୦ କେଜି ଚାଉଳ, ଆୟକର ଦେଉ ନଥିବା ପରିବାରକୁ ମାସକୁ ୭୫୦୦ ଟଙ୍କା ମାସକୁ ପ୍ରଦାନ, କରୋନା ସମୟରେ ବିଦ୍ଯୁତ ବିଲ୍ ଛାଡ କରିବା ଦାବିରେ ସିପିଆଇ, ସିପିଏମ, ଫରୱାର୍ଡ ବ୍ଲକ ଓ ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ଜୁଲାଇ ୧୫ ତାରିଖ ୬ ଘଣ୍ଟା ଓଡିଶା ବନ୍ଦ ଡାକରା ଦିଆଯାଇଛି। ବ୍ରହ୍ମପୁର ଠାରେ ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ରେଳ ଷ୍ଟେସନ, ମୁଖ୍ଯ ଡାକ ଘର,ଷ୍ଟେଟ୍ ବ୍ୟାଙ୍କ, ଏଲଆଇସି, ଟାଟା ପାୱାର କାର୍ଯ୍ଯାଳୟ ସମ୍ମୁଖରେ ପିକେଟିଙ୍ଗ କରିଥିଲେ। ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଏଆଇୱାଇଏଫ୍ ରାଜ୍ଯ ସଭାପତି ପ୍ରଦୀପ ସେଠୀ,ଯୁବ ନେତା କାମଦେବ ନାହାକ, ସିପିଏମ ପକ୍ଷରୁ ଜିଲ୍ଲା ସମ୍ପାଦକ ମଣ୍ଡଳୀର ସଦସ୍ଯ ବସନ୍ତ କୁମାର ନନ୍ଦ ଓ ଯୁଧିଷ୍ଠିର ବେହେରା, ଫରୱାର୍ଡ ବ୍ଲକ ପକ୍ଷରୁ ଡିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି,କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ ଓ ଯୁବ ନେତା ପିଣ୍ଟୁ ପ୍ରଧାନ ପ୍ରମୁଖ ନେତୃତ୍ବ ନେଇ ଥିଲେ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.