ପେଟ୍ରୋଲ , ଡିଜେଲ ଭଳି ନିତ୍ୟ ବ୍ୟବହୃତ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକ ପତ୍ର ପ୍ରଦାନ ।
ବ୍ରହ୍ମପୁର,୦୭/୦୭(ପିପିଟି);ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ନିତ୍ୟ ବ୍ୟବହୃତ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆଜି ସାଧରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ , ପେଟ୍ରୋଲ , ଗ୍ୟାସ ଓ ରନ୍ଧନ ତେଲ ଆଦିର ଦର ଦିନକୁ ଦିନ ବଢାଇବାରେ ଲାଗିଛନ୍ତି । ଏହି ଅବସରରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ଏସ . ଧର୍ମରାଜ ରେଡି, ବ୍ଲକ କଂଗ୍ରେସ ସଭାପତି ସୁନୀଲ କୁମାର ସାହୁ , ଗୋପାଳପୁର କଂଗ୍ରେସ ସଭାପତି ଏମ୍ . ଚନ୍ଦ୍ରଶେଖର , ଉମାକାନ୍ତ ସାସମଲ , ଧୀରେନ୍ଦ୍ର ପାତ୍ର , କେ.ମୋହନ ରେଡି , ଡମ୍ବୁରୁ ରଣା , କିଶୋର ବେହେରାଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )