୭୨ତମ ବନ ମହୋତ୍ସବ ପାଳିତ;ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ ।

0 186

ବାଲିଗୁଡ଼ା,୦୬/୦୭(ପିପିଟି): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜୁଲାଇ ୧ରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଥିବା ବେଳେ ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ କୋଟଗଡ ରେଞ୍ଜ ମାଦାଗୁଡ଼ା ପଞ୍ଚାୟତର ଝରିଘାଟି ନିକଟରେ ଥିବା ଏକ ଜଙ୍ଗଲ ଜମିରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ, ସମେତ ସ୍ଥାନୀୟ ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀ,ଲୋକ ପ୍ରତିନିଧି ଓ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲ ଜମି କମିଟି ସଦସ୍ୟ ମାନେ ସାମିଲ ହୋଇ ବୃକ୍ଷ ରୋପଣ କରିଥଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜେଏମଫସି କୋର୍ଟର ବିଚାରପତି ଅନୁରାଗ ଦେହୁରୀ ପ୍ରଥମେ ବୃକ୍ଷ ରୋପଣ କରି ଶୁଭାରମ୍ଭ କରିଥିବା ବେଳେ ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ, ବ୍ଲକ ଅଧ୍ୟକ୍ଷା ସବିତା ମଲିକ, ଉପାଧକ୍ଷ ଜିଭି ପାନ୍ତୁଲୁ ରାଓ, ପଶୁଡ଼ାକ୍ତର ରଞ୍ଜିତ ସାମନ୍ତ ସିଂହାର, ସାଂସଦ ପ୍ରତିନିଧି ମନୋଜ ସାବତ,ସମେତ ସ୍ଥାନୀୟ ସାମ୍ବାଦିକ ମାନେ ମଧ୍ଯ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ ସମେତ ମନୋରଞ୍ଜନ ରାୟ, ପ୍ରତାପ ନାୟକ, ମହେନ୍ଦ୍ର ପଣ୍ଡା, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। କୋଟଗଡ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା ଓ ବନପାଳ ପ୍ରଭାତ କୁମାର ଦୋରା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ୬୦ହେକ୍ଟର ଜଙ୍ଗଲ ରେ ଖାଲି ଥିବା ସ୍ଥାନ ରେ ବୃକ୍ଷ ରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ୧୨ହଜାରର ବିଭିନ୍ନ କିସମର ଔଷଧୀୟ, ଫଳନ୍ତି ବୃକ୍ଷ ରୋପଣ ଆଗକୁ ଆହୁରି ବ୍ୟାପକ କରାଯିବ ବୋଲି ବନପାଳ ଶ୍ରୀ ଦୋରା କହିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.