ବିବାହର ପ୍ରଲୋଭନ ଦେଖା ଦୁଷ୍କର୍ମ:ବନପାଳ ଗିରଫ ।

0 336

ମାଲକାନଗିରି,ତା:୦୪/୦୭(ପିପିଟି); ମାଲକାନଗିରି ବନାଞ୍ଚଳରେ ବନପାଳ ଭାବେ କାର୍ଯ୍ଯର ତମୂରଲୀଧର ଅନୁଗୁଳିଆ ଦୀର୍ଘ ଦିନ ଧରି ଏକ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହେଲା ପରେ ମାଲକାନଗିରି ପୋଲିସ ଆଜି ଅନୁଗୁଳିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ଶିକ୍ଷିତ ଯୁବକ ହୋଇ ଏ ଭଳି ଘୃଣ୍ୟ ଏବଂ ଲଜ୍ଜାଜନକ ଘଟଣା କରିବା ପ୍ରଘଟ ହେବା ପରେ ସର୍ବତ୍ର ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛ । ସୂଚନା ଅନୁସାରେ, ମାଲକାନଗିରି ବନ ବିଭାଗରେ କାର୍ଯ୍ୟରତ ବନପାଳ ମୁରଲୀଧର ଅନୁଗୁଳିଆ ଓରକେଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖି ଆସୁଥିଲେ ମଧ୍ଯ ବିବାହ କରିବାକୁ ଦିନ ଗଡାଇବା ସହ ଯୁବତୀ ସହ ଛଳନାର ନାଟକ ରଚି ଆସୁଥିଲେ । ଗତ ୩ ମାସ ତଳେ ଅନୁଗୁଳିଆ ଚୁପଚାପ ଉକ୍ତ ଯୁବତୀର ଅଜ୍ଞାତରେ ଅନ୍ଯ ଏକ ଯୁବତୀକୁ ବିବାହ କରିଥିଲେ । ପ୍ରେମ ପ୍ରତାରଣାର ଶିକାର ହୋଇ ଥିବା ପୀଡ଼ିତା ଏହାର ପ୍ତିବାଦ କରିଥିଲେ । କିନ୍ତୁ ବନପାଳ ଅନୁଗୁଳିଆ ପୀଡିତାଙ୍କୁ ଧମକ ଦେଇ ଥିଲେ । ତେଣୁ ବାଧ୍ୟ ହୋଇ ପୀଡିତା ପ୍ରଥମେ ଅର୍କେଲ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅର୍କେଲ ପୋଲିସ କେଶ ନରଖିବାରୁ ଏସପିଙ୍କୁ ନିକଟରେ ଅଭିଯୋଗ କରିଥିଲେ । ଆଜି ମାଲକାନଗିରି ପୋଲିସ ୨୪୪ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.