କୀଟ ନାଶକ ଖାଇ ଯୁବକଙ୍କ ଆତ୍ମହତ୍ୟା ।

0 274

ଭଞ୍ଜନଗର,୦୪/୦୭(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡ଼ା ଗ୍ରାମରେ ଜଣେ ଯୁବକ କୀଟ ନାଶକ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଗ୍ରାମର ସ୍ବର୍ଗତଃ ଖଦାଳ ବରାଡ଼ଙ୍କ ପୁଅ ଗଣେଶ ବରାଡ଼(୨୫) ପୂର୍ବରୁ ସୁରଟ ରେ ରହି କାମ କରୁଥିଲେ।ହେଲେ ଲକ ଡାଉନ ଲାଗି ଗଣେଶ କିଛି ଦିନ ହେବ ନିଜ ଗ୍ରାମକୁ ଫେରି ଆସିଥିଲେ। ଶନିବାର ରାତିରେ ଘରେ ସମସ୍ତେ ଖାଇପିଇ ଶୋଇଥିବା ବେଳେ ଗଣେଶ ଅଧ ରାତିରେ ଯାଇ ଗ୍ରାମ ନିକଟରେ ଥିବା ସ୍ବପନେଶ୍ୱର ମନ୍ଦିର ସାମ୍ନାରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ସକାଳେ କିଛି ଲୋକ ଗଣେଶକୁ ଏଭଳି ଅବସ୍ଥାରେ ଦେଖିବା ସହ ନିକଟରେ ଏକ କୀଟ ନାଶକ ଔଷଧ ବୋତଲ ପଡ଼ିଥିବା ଦେଖି ତାକୁ ତୁରନ୍ତ ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲା।ହେଲେ ଆତ୍ମହତ୍ୟା ସମ୍ପର୍କରେ କୌଣସି ସଠିକ ସୂଚନା ମିଳିପାରି ନାହିଁ।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.