କରୋନା ଲାଗି ସଚେତନତା , ମାକ୍ସ ବଣ୍ଟନ ଓ ଯାତ୍ରୀ ବିଶ୍ରାମଗାର ର ସଫେଇ

0 587

ପୋଲସରା, (ପିପିଟି ନ୍ଯୁଜ୍)୨୧/୩ ପୋଲସରା ବ୍ଲକ ର ମଥୁରା ଗ୍ରାମରେ ଯୁବ ଗୋଷ୍ଟି କଁ ଦ୍ୱାର କରୋନା କୁ ନେଇ ସଚେତନ କରିବା ସହ ମାଗଣାରେ 3000 ମାକ୍ସ ବଣ୍ଟନ ଓ ଯାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରୀ ବିଶ୍ରାମାଗାର ଗୁଡିକୁ ସଫେଇ କରି ଛନ୍ତି । ଆଜି ମଥୁରା ଗ୍ରାମର ବହୁ ଯୁବକ ମିଶି ଗ୍ରାମ ରେ ବୁଲି ବୁଲି ବୃଦ୍ଧା ବୃଦ୍ଧି ଓ ଜନସାଧାରଣ କୁ କରୋନା। ରୁ ସତର୍କତା ଅବଲମ୍ବନ କରିବା ସହ ଘର ର ବୟସ୍କ କୁ ଯତ୍ନ ନେବା , ମାକ୍ସ ବ୍ୟବହାର କରିବାର , ସଫା ସୁତୁରା ରହିବା ବୁଝିବା ସହିତ ଗରମ ରହିଥିବା ଯାତ୍ରୀ ବିଶ୍ରାମଗାର କୁ ସଫା କରିଛନ୍ତି । ନିଜର ଉଦ୍ୟମ ରେ 3000 ମାକ୍ସ ତିଆରି କରି ଲୋକଙ୍କୁ ବାଣ୍ଟିଛନ୍ତି ଓ ବ୍ୟବହାର ସମ୍ପର୍କରେ ବୁଝାଇ ଛନ୍ତି । ଯୁବକଙ୍କ ଏପରି କାର୍ଯ୍ୟକ୍ରମ କୁ ଗ୍ରାମବସି ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.