ବେଲଗୁଣ୍ଠା,୧୮/୦୬(ପିପିଟି); ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅମ୍ବାପୁଆ ଗ୍ରାମରେ ଗୁରୁବାର ଅପରାହ୍ନ ରେ ତିନିଜଣ ଅଣ ଓଡ଼ିଆ ମହିଳା ଆସି ସୁନା ସଫା କରିବା ଓ ପୁରୁଣା ଖାସୁଲୁ ମାଳି ଗୁଣ୍ଠେଇ କି ନୂଆଁ କରିବାକୁ କହିବା ଏବଂ ୫୦ ଟଙ୍କା ପାରିଶ୍ରମିକ ନେବକୁ କହିବା ପରେ ନିମକୋଳି ସାହିର ମୃତ ବିପ୍ର ସ୍ୱାଇଁଙ୍କ ସ୍ତ୍ରୀ ଅପୂର୍ବା ସ୍ୱାଇଁ ୫୫ ଏକ ସୁନା ଖାସୁଲ ମାଳି ଦେଇଥିଲେ ନୁଆଁ କରିବା ପାଇଁ, କିନ୍ତୁ କିଛି ସମୟ ପରେ ସେହି ସୁନା ମାଳି କୁ ବଦଳାଇ ଅନୁରୂପ ଭାବେ ଆଉ ଏକ ନକିଲି ଖାସୁଲୁ ଦେଇ ସେଠାରୁ ଚମ୍ପଟ ମାରିଥିଲେ. ଏହି ମାଳିଟି ତାଙ୍କର ନାହିଁ ଏବଂ ସେ ଠକାମୀର ଶିକାର ହୋଇଥିବା ପୁଅ ବସନ୍ତ ଜାଣିବା ପରେ ,ବସନ୍ତ ଓ ତା ସାଙ୍ଗମାନେ ଏମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏହା ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଏହି ତିନି ମହିଳା କିଛି ଲୋକଙ୍କ ହାତରେ ଧରା ପଡ଼ିଥିଲେ । ସେମାନଙ୍କ ବୟସ ଯଥାକ୍ରମେ ୬୦,୪୫ ଓ ୩୦ ହେବ ବୋଲି ଜଣାପଡ଼ିଛି ।ସମସ୍ତେ ଛତିଶଗଡ଼ର ବୋଲି ଜଣାପଡିଛି । ଆଜି ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ୧୩୭/୨୧, ଏକ ମାମଲା ରୁଜୁକରି ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଏହି ୩ ମହିଳାଙ୍କୁ ଗିରଫ କରି ଆଜି ଭଞ୍ଜନଗର କୋର୍ଟ ଚାଲାଣ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Next Post