ନରେନ୍ଦ୍ର ପୁର ଗ୍ରାମରେ ଅଗ୍ନିକାଣ୍ଡ ।

0 400

ବେଲଗୁଣ୍ଠା,୧୬/୦୬(ପିପିଟି);ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତର ନରେନ୍ଦ୍ର ପୁର ଗ୍ରାମରେ ଅଗ୍ନିକାଣ୍ଡ । ଜଳିଗଲା ତିନିବଖରା ଘର । ପରିବାର ଲୋକ ବିଲ ବାଡ଼ି କାର୍ଯ୍ୟ ରେ ବ୍ୟସ୍ତ ଥିବା ସମୟରେ ଘରେ ବିଦୂତ ତାର ସଂସ୍ପର୍ଶ ଆସି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ତିନି ବଖରା ଘର ସହିତ ସମସ୍ତ ଆସବାବପତ୍ର ଓ ଧାନ ଜଳିପୋଡି ପାଉଁଶ ହୋଇଯାଇଛି । ଇନ୍ଦ୍ରମଣୀ ଗୌଡ଼, ଚରଣ ଗୌଡ଼ ଓ ବାହାନ ଗୌଡ଼ଙ୍କ ଘରେ ନିଆଁ ଲାଗି କ୍ଷତି ହୋଇଥିବା ଜଣାପଡିଛି । ଖବର ପାଇ ଜଗନ୍ନାଥ ପ୍ରସାଦ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.