କବିସୂର୍ଯ୍ଯ ନଗର,୧୨/୦୬(ପିପିଟି); ପୁରୁଷୋତ୍ତମପୁର ବ୍ଳକର ବଡଖରିଡା ପଞ୍ଚାୟତ ଅନ୍ତର୍ଗତ ସାମନ୍ତରତ୍ନ ପଲ୍ଲୀ ଗ୍ରାମର ରବିନ୍ଦ୍ର ଗୌଡ (୩୦) ଗାଈ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ ସମୟରେ ବଜ୍ରାଘାତରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ମୃତକଙ୍କ ପରିବାରକୁ ସରକାର କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।