ଲଗାଣ ବର୍ଷାରେ ଭିଜୁଛି ଧାନ, ଟୋକେନ୍ ମିଳିବା ପରେ ମଧ୍ୟ ମଣ୍ଡିରେ ନେଉନାହାଁନ୍ତି।

0 311

ରାୟଗଡା,୧୨/୦୬(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁମୁଡା ନିୟନ୍ତ୍ରିତ ବଜାର କମିଟି ଗୋଷ୍ଠୀଖଳାରେ, ପ୍ରାକମୌସୁମୀ ଓ ଲଘୁଚାପଜନିତ ବର୍ଷାରେ ଚାଷୀଙ୍କ ଧାନ ଭିଜୁଛି। ପର୍ଯ୍ୟାପ୍ତ ପରିମାଣ ସ୍ଥାନ ଅଭାବରୁ ବାହାରେ ଧାନ ରଖିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଚାଷୀ ପ୍ରକାଶ କରିଛନ୍ତି ଯେ, ଟୋକେନ୍ ମିଳି ଅବଧି ବିତିଗଲା ପରେ ବି ମଣ୍ଡିରେ ଧାନ ନେଉନାହାନ୍ତି। ଚାଷୀଙ୍କୁ ମେ ମାସ ୨୮ ତାରିଖରୁ ଜୁନ ୧୦ ପର୍ଯ୍ୟନ୍ତ ସମୟସୀମା ଦିଆଯାଇ ଟୋକେନ୍ ପ୍ରଦାନ କରିଥିଲେ। ବାରମ୍ବାର ମଣ୍ଡି ସହିତ ଯୋଗାଯୋଗ କରିବା ପରେ ମଧ୍ୟ ଧାନ କ୍ରୟ ନ କରିବା କ୍ଷୋଭର ବିଷୟ ବୋଲି ଚାଷୀ ପ୍ରକାଶ କରିଛନ୍ତି। ପ୍ରଶାସନ କହୁଛି ଟୋକେନ୍ ନବୀକରଣ କରି ଧାନ ବିକ୍ରି କରିପାରିବେ,ମାତ୍ର ପ୍ରଶ୍ନ ଉଠେ ଯେ, ଧାନକ୍ରୟ ବ୍ୟବସ୍ଥା ନକରି ଟୋକେନ୍ କିପରି ପ୍ରଦାନ କରାଯାଇଛି ? ପ୍ରଶାସନର ଏଭଳି ଖାମଖିଆଲି ବ୍ୟବସ୍ଥା ଚାଷୀମାନଙ୍କ ପ୍ରତି ବୈମାତୃକ ମନୋଭାବ ନୁହେଁ ତ ?ଏଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଧାନ କ୍ରୟ କରିବାକୁ ସିଏଚ ଆନନ୍ଦ ରାଓ,କେ ନାଗେଶ୍ୱର, ମାଜି ବିଶ୍ୱନାଥ, ଗର୍ଜନା ଧାର୍ମାରାଓ ଓ ଗର୍ଜନା ପ୍ରସାଦ ରାଓ ଦାବି କରିଛନ୍ତି।

(ରିପୋର୍ଟ – ନବୀନ ନାୟକ ବେହେରା। )

Leave A Reply

Your email address will not be published.