ଶେରଗଡ଼,୧୨/୦୬(ପିପିଟି);ଶେରଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ବାବୁଲା ଚୌଧୁରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଜୁ ପଟ୍ଟନାୟକ ଜୁନିୟର କଲେଜ ପରିସରରେ ଅନୁଷ୍ଠିତ ଶିବିରକୁ ଶେରଗଡ଼ ବ୍ଲକ ଅଧ୍ୟକ୍ଷା ସାରସ ସ୍ବାଇଁ ଓ ସ୍ବର୍ଗତ ବାବୁଲାଙ୍କ ପତ୍ନୀ ସବିତାରାଣୀ ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ବର୍ତ୍ତମାନ କରୋନା ମହାମାରୀ ସମୟରେ ରକ୍ତ ଅଭାବ ଯୋଗୁଁ ଯେପରି ଜୀବନ ନ ଯାଏ ସେଥି ନିମନ୍ତେ ଏହି ଶିବିର ଆୟୋଜନ କରାଯାଇଥିବା ଅତିଥୀ ମାନେ ସୂଚନା ଦେଇଥିଲେ । ଆଜିର ଶିବିରରେ ୬୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷା ସାରସ ସ୍ବାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି,ତହସିଲଦାର ଡ଼ ଦାୟସିନ୍ଧୁ ପରିଡ଼ା, ୫୮ ନଂଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର,ବ୍ଲକ ବିଜେଡ଼ି ସଭାପତି ସରୋଜ ପାତ୍ର, ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ (ପିଣ୍ଟୁ), ବରିଷ୍ଠ ବିଜେଡ଼ି ନେତା ହୃଷିକେଶ ପାଢ଼ୀ, ହୀନ ବେହେରା, ରାଘବା ନନ୍ଦ ପଶୁପାଳକ, କଲେଜ ଅଧ୍ୟକ୍ଷ ଗୌରବ ବିଷୋୟୀ, ନିରାକାର ବିଷୋୟୀ,ବିଭୁ ପ୍ରସାଦ ଦାଶ ଓ ଅନ୍ୟ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
(ରିପୋର୍ଟ- ଭିକୁ ନାୟକ। )