ରାୟଗଡା,୦୯/୦୬(ପିପିଟି); ଆଜି ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ କେରେଡା ଚେକପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ । ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରିବl ସହ ସେମାନଙ୍କୁ ୧୪ ଦିନ ସଙ୍ଗରୋଧକୁ ପଠାଇବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ । ଏହି ଚେକିଂ ପଏଣ୍ଟ ଦେଇ ଆନ୍ଧ୍ରରୁ ଓଡିଶା ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମାନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି ଏବଂ ଏହାର ଫଳସ୍ବରୂପ କରୋନାଠାରୁ ଦୂରେଇ ରଖାଯିବl ନେଇ ସଚେତନତା କରିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ, ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ପ୍ରମୁଖ ଯାଇ ଗସ୍ତ କରିଥିଲେ l କେବଳ ଚେକପଏଣ୍ଟରେ ଯାଞ୍ଚ କଡ଼ାକଡ଼ି ସହ ଆନ୍ଧ୍ର ଓଡ଼ିଶାର ବିଭିନ୍ନ ସ୍ଥାନର ଗଳାବାଟକୁ ମଧ୍ୟ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି।
(ରିପୋର୍ଟ- ନବୀନ ନାୟକ ବେହେରା। )