ବୟାଳିଶମୌଜ଼ା ନଦୀ ବନ୍ଧର ଉନ୍ନତି ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ।

0 283

କଟକ,୦୯/୦୬(ପିପିଟି); କଟକ ସଦର ବୟାଳିଶମୌଜ଼ା ଉପକଣ୍ଠ କୂଳସରିଚୁଆଁ ପଞ୍ଚାୟତ ଗୋପୀନାଥ ମନ୍ଦିର ନିକଟରେ ସିଢୁଆ ନଦୀ ବନ୍ଧ ୯୫(ଖ) ପଥର ପ୍ୟାକିଙ୍ଗ କିଛି ଅଂଶ ଧସିଜାଇଛି ଯାହାଫଳରେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ଥିବାବେଳେ ଆଗକୁ ବର୍ଷା ଦିନ ଆସୁଥିବାରୁ ଏହାକୁ ଜରୁରୀ କାଳୀନ ଭିତ୍ତିରେ ନିର୍ମାଣ କରିବାକୁ ମହାନଦୀ ଦକ୍ଷିଣ ବିଭାଜନ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ଏହାଦ୍ୱାରା ପୂର୍ଣ ବୟାଳିଶମୌଜ଼ାର ଛଅଗୋଟି ପଞ୍ଚାୟତ ବନ୍ୟା ଦାଉରୁ ରକ୍ଷା ପାଇ ପାରିବ ବୋଲି ମତ ଦେଇଛନ୍ତି ।

Leave A Reply

Your email address will not be published.