ଦକ୍ଷିଣ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକା ମହାସଂଘ ଓ ସ୍କିମୱାର୍କର ଫେଡରେସନ ତରଫରୁ ପ୍ରତିବାଦ ଓ ଦାବୀପତ୍ର ପ୍ରଦାନ।
ରାୟଗଡା,୩୧/୦୫(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପଦ୍ମପୁର ଓ ଗୁଣୁପୁର ବ୍ଲକର ବିଭିନ୍ନ ସ୍ଥାନରେ ଦକ୍ଷିଣ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା, ସହାୟିକା ମହାସଂଘ ଏବଂ ସ୍କିମୱାର୍କର ଫେଡରେସନ ତରଫରୁ ପ୍ରତିବାଦ ସଭାମାନ କରାଯାଇଥିଲା। କରୋନା ସମୟରେ ମଧ୍ୟ ଆଶା,ଅଙ୍ଗନୱାଡ଼ି, ମମତା ଏବଂ ସ୍କିମ କର୍ମଚାରୀ ନିଜ ଜୀବନକୁ ବାଜିଲଗାଇ କାମ କରିଚାଲିଛନ୍ତି। ତେଣୁ ସେମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବୀ କରାଯାଇଛି ଓ ୫ ଦଫା ଦାବୀପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ଦାବୀ ଗୁଡ଼ିକ ହେଲା କରୋନାରେ ମୃତକଙ୍କୁ ବିନାସର୍ତରେ ୫୦ ଲକ୍ଷ ଟଙ୍କା ପ୍ରଦାନ,୧୦ ଲକ୍ଷଟଙ୍କାର ବୀମା,ମାସିକ ୧୦ହଜାର ବେତନ,କିଟ ପ୍ରଦାନ ଓ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା। ଏହି ପରିପ୍ରେକ୍ଷୀରେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ବିଡିଓ ଦୟାମୟ ପାଢ଼ୀଙ୍କୁ ଦିଆଯାଇଛି। ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘ ଉପଦେଷ୍ଟା ତ୍ରିପତି ଗମାଙ୍ଗ ଏବଂ ସ୍କିମ ୱାର୍କର ଫେଡରେସନ ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡାଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇଥିଲା।
(ରିପୋର୍ଟ- ନବୀନ ନାୟକ ବେହେରା। )