ମାଲକାନଗିରି,ତା:୨୭/୦୫(ପିପିଟି); ଯେ କୌଣସି ପ୍ରାଣୀ ଜୀଇଁବାକୁ ହେଲେ ଅମ୍ଳଜାନ ଆବଶ୍ଯକ । ଅମ୍ଳଜାନ ଅଭାବରେ ଜୀବନ ଯିବା ସୁନିଶ୍ଚିତ । ଏମିତି ଘଟଣା ଦେଖିବାକୁ ମିଳିଛି ନାଗ ସାପ କ୍ଷେତ୍ରରେ । ଆଜି ମାଲକାନଗିରି ସଦର ମହକୁମା ସ୍ଥିତ ନୁଆଗୁଡା ସାହିର ଜଣେ ବ୍ଯକ୍ତିଙ୍କ ଘରେ ନାଗ ସାପ ପଶି ଯାଇଥିଲା । ତେବେ ନାଗ ସାପଟି ସ୍ନେକ୍ ହେଲ୍ପ ଲାଇନର ସଦସ୍ଯମାନେ ଉଦ୍ଧାର କଲା ପରେ ସାପଟି ସଂପୂର୍ଣ୍ଣ ଅଚେତ ହୋଇ ପଡିଥିଲା । ତେବେ ଏକ ପାଇପ ସାହାଯ୍ଯରେ ପାଟିରେ ଫୁଙ୍କି ନାଗ ସାପର ମୁହଁରେ ଭରିଲା ପରେ ସାପଟିର ଚେତା ଫେରିଥିଲା । ଏ ଭଳି ମାନବିକତା ଦେଖାଇବା ସମସ୍ତଙ୍କୁ ଚକିତ କରିଛି ସମଗ୍ର ଅଞ୍ଚଳରେ। ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ନୁଆଗୁଡା ସାହିରେ ଜଣେ ବ୍ଯକ୍ତିଙ୍କ ଘରେ ଏକ ନାଗ ସାପକୁ ଦେଖି ସ୍ନେକ୍ ହେଲ୍ପଲାଇନକୁ ଜଣାଇଥିଲେ। ସାପ ହେଲ୍ପଲାଇନର ସଦସ୍ୟ ସ୍ନେହାଶିଷ ନାୟକ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘରକାନ୍ଥ ମଧ୍ଯରୁ ଚାରି ଫୁଟର ଲମ୍ବର ଏକ ନାଗ ସାପକୁ ଉଦ୍ଧାର କରିଥିଲେ। କିନ୍ତୁ ସାପଟି ଚେତାଶୂନ୍ୟ ହୋଇଥିବାର ଦେଖିବାକୁ ପାଇଥିଲେ।ସାପଟିକୁ ଚେତା ଫେରାଇବା ପାଇଁ ସମସ୍ତ ଉଦ୍ୟମ ବିଫଳ ହେବା ପରେ, ନାୟକ ଏକ ପାଇପ୍ ସାହାଯ୍ୟରେ କୋବ୍ରା ମୁହଁରେ ଅମ୍ଳଜାନ ଦେଇଥିଲେ । ଫଳରେ ସାପ କିଛି ସମୟ ପରେ ଚେତା ଫେରି ଆସିବା ସହ ଗତି କରିବା ଆରମ୍ଭ କରିଥିଲା ।ଦଳର ସଦସ୍ୟମାନେ ସାପକୁ ପିଇବା ପାଇଁ କିଛି ପାଣି ଦେଇ ନିକଟ ଜଙ୍ଗଲରେ ଛାଡି ଦେଇଥିଲେ। ମଣିଷ ଏବଂ ସରୀସୃପଙ୍କ ମଧ୍ୟରେ ଥିବା ଏହି ସୁନ୍ଦର ସମ୍ପର୍କର ଅତୁଳନୀୟ ।ସ୍ଥାନୀୟ ଲୋକମାନେ ସ୍ନେହାଶିଷ ସାପଟିକୁ ଜୀବନ ଦାନ ଦେଇଥିବାରୁ ତାଙ୍କୁ ଏବଂ ତାଙ୍କ ଦଳର ଉଦ୍ୟମକୁ ଅଭିନନ୍ଦନ ଜଣାଇଥିଲେ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post