ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ।

0 493

ଭଞ୍ଜନଗର,୨୭/୦୫(ପିପିଟି); ଖରା ତରାକୁ ଖାତିରି ନକରି ସମାଜ କୁ ଉଚିତ ଦିଗଦର୍ଶନ ଦେବାପାଇଁ ସଦାସର୍ବଦା ସାମ୍ବାଦିକ ମାନେ ଆଗେଇ ଆସିଥିବା ବେଳେ ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କଣ୍ଠରୋଧ କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଯାହାଫଳରେ ସଠିକ ଖବର ଲୋକ ଲୋଚନକୁ ଆସି ପାରୁନାହିଁ। ଗତ କିଛି ଦିନ ତଳେ ପୁରୀଠାରେ ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୁଲିସର ଆକ୍ରମଣ ଘଟଣାକୁ ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ଅଧ୍ୟୟନ କରୁଥିବା ଭଞ୍ଜନଗର ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଦୃଢ଼ ନିନ୍ଦା କରିଛନ୍ତି ।ଏଭଳି ଘଟଣା ବାରମ୍ବାର ଘଟିବା ଦ୍ୱାରା ଭବିଷ୍ୟତରେ ସାମ୍ବାଦିକତା ପ୍ରତି ରୁଚି ରଖିଥିବା ବହୁ ଛାତ୍ର ଛାତ୍ରୀଙ୍କର ମନୋବଳ ଭାଙ୍ଗିଯିବା ସହ ଲୋକଙ୍କ ପାଇଁ କାମ କରୁଥିବା ସାମ୍ବାଦିକଟିଏ ନିଜକୁ ଅସୁରକ୍ଷିତ ମନେ କରୁଛି। ତେଣୁ ସରକାର ଏହାକୁ ଗୁରୁତର ସହ ନେବାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏହି ଛାତ୍ର ଛାତ୍ରୀ ମାନେ ଜଣାଇଛନ୍ତି। ସେଥି ମଧ୍ୟରେ ଆନନ୍ଦ ମିଶ୍ର, ନିଲୁ ବିଷୋୟୀ, ସରିତା ନାୟକ, ସୀମାଞ୍ଚଳ ବିଷୋୟୀ, ନିତେଶ ପାତ୍ର, ଚିନ୍ମୟ ଆଚାର୍ଯ୍ୟ ପ୍ରମୁଖ ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ ପାଇଁ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.