କୋଦଳା,୨୨/୦୫(ପିପିଟି) : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ ହୋଇଥିବା ଜଣାପଡ଼ିଛି । ଛତ୍ରପୁର ଓ ଖଲିକୋଟ ଅବକାରୀ ବିଭାଗ,ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢ଼ାଉରେ ଜବତ ହୋଇଛି ଏହି ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟର । ଆଜି ସକାଳୁ ସକାଳୁ ସଟ୍ ଡାଉନର ସୁଯୋଗ ନେଇ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଯାହାର ନଂ ଓଡି ୦୭ ଏଲ ୮୨୪୩ କୋଦଳା ଅଞ୍ଚଳରୁ ସୁମଣ୍ଡଳ ଅଭିମୁଖେ ଯାଉଥିବା ବେଳେ କଞ୍ଚଣା ଓ ବେଗୁନିଆପଡା ରାସ୍ତା ମଝି ରେ କୋଦଳା ତହସିଲଦାର ଓ ଖଲିକୋଟ ଅବକାରି ବିଭାଗ ଟ୍ରାକ୍ଟରକୁ ଅଟକାଇ ଥିଲେ । ଟ୍ରାକ୍ଟର ଟି ସମ୍ପୁର୍ଣ୍ଣ ପାଲ ଘୋଡା ହୋଇଥିବା ବେଳେ ପାଲ କାଢ଼ିବାସମୟ ରେ ସେଥିମଧ୍ୟରେ ବିପୁଳ ପରିମାଣ ର ଗଞ୍ଜେଇ ଥିବାର ଜଣା ପଡିଥିଲା । କିନ୍ତୁ ଗାଡିକୁ ଅଟକାଇବା ସମୟରେ କୌଶଳ କ୍ରମେ ଗାଡି ଡ୍ରାଇଭର ଚମ୍ପଟ ମାରିଥିଲା । ଅବକାରୀ ବିଭାଗ ଗାଡିକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ତେବେ ଉକ୍ତ ଟ୍ରାକ୍ଟର ଟି କାହାର ଏହାର ପ୍ରକୃତ ମାଲିକ କିଏ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ଯାଉଥିଲା ତାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ । ଏହି ଅପରେସନ ରେ କୋଦଳା ତହସିଲଦାର ଅବନୀ କୁମାର ସାହୁ, ଅବକାରୀ ଡେପୁଟି ସୁପରିଡେଣ୍ଟ ଅଭିରାମ ବେହେରା ,ସଦର ଇନ୍ସପେକ୍ଟର ଦୀପ୍ତି ମୟୀ ସାହୁ ,ମୋବାଇଲ ଇନ୍ସପେକ୍ଟର ପ୍ରୀତିଧାରା ନାୟକ,ମୋବାଇଲ ସଵ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ଦିଗଲ, ଖଲ୍ଲିକୋଟ ଅବକରୀ ସବ ଇନ୍ସପେକ୍ଟର ଅଜିତ କୁମାର ପାତ୍ର,ସଦର ସବ ଇନ୍ସପେକ୍ଟର ମୋହନ ପ୍ରଧାନ ମିଳିତ ଭାବେ ଚଢ଼ାଉ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )