ରାୟଗଡା,୨୧/୦୫(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଆଦର୍ଶ ବିଦ୍ୟାଳୟ କୋବିଡ଼ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନ ସମ୍ପର୍କରେ ରୋଗୀଙ୍କ ଅଭିଯୋଗ ଥିଲେମଧ୍ୟ କେହି ପାଟି ଖୋଲୁ ନ ଥିଲେ,ମାତ୍ର ଗୁଣୁପୁରର ତିରୁପତି ବାଉରି ଗତକାଲି ଦେହ ଅସୁସ୍ଥ ଲାଗିବାରୁ କରୋନା ପରୀକ୍ଷା କରିଥିଲେ, ତାଙ୍କର ରିପୋର୍ଟ୍ ରେ ପଜିଟିଭ ବାହାରିଥିଲା। ଫଳରେ ତାଙ୍କୁ ଗୁଣୁପୁର covid Care centre କୁ ପଠାଇ ଦିଆଯାଇଥିଲା। ସେଠାରେ ନିମ୍ନ ମାନର ଖାଦ୍ୟ ଓ କୌଣସି ସୁବିଧା ନଥିବା ଅଭିଯୋଗ କରି ଏକ ଭିଡିଓ ବାର୍ତ୍ତା ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ତାହା ଗୁଣୁପୁର ସହରରେ ଖୁବ୍ ଚର୍ଚା ହେବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଖବର ଶୁଣି ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନା, ମେଡିକାଲ୍ ସୁପରିଟେଣ୍ଡେଣ୍ଟ ରମେଶ ଚନ୍ଦ୍ର ସାହୁ ପୌରନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ ଓ ସିସିସି ଦାୟୀତ୍ୱରେ ଥିବା କର୍ମଚାରୀ ମାନେ ପିପିଇ କିଟ୍ ପିନ୍ଧି ସିସିସି ଭିତରକୁ ଯାଇ ରୋଗୀମାନଙ୍କ ସହ ଆଲୋଚନା କରି,ଉନ୍ନତମାନର ଖାଦ୍ୟ ଓ ସମସ୍ତ ସୁବିଧା ଅତି ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉପଜିଲ୍ଲାପାଳ ସୋନାଲ ଜେନା କୋଭିଡ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତାଗିଦ କରି କହିଛନ୍ତି ଯେ,ଆଗାମୀ ଦିନରେ ଯେପରି କୌଣସି ଅଭିଯୋଗ ନ ଆସେ।
(ରିପୋର୍ଟ- ନବୀନ ନାୟକ ବେହେରା। )