ପୁର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ତରଫରୁ ଶ୍ରଦ୍ଧାଞ୍ଜଳୀ।

0 226

ଜଗତସିଂହପୁର,୨୧/୦୫(ପିପିଟି); ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଆହ୍ବାନ କ୍ରମେ ନଗର କଂଗ୍ରେସ ତରଫରୁ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଖେରସ ସ୍ଥିତ ଆଦିବାସୀ ସାହି,ଗାଲୁପଡାରେ ଥିବା ବସ୍ତି ଓ କଣ୍ଟାପଡ଼ା ଦଳିତ ସାହିରେ ସାନିଟାଇଜର, ମାକ୍ସ ଓ ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା । ସେହିପରି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତର୍ତଙ୍ଗ ଗ୍ରାମର କଣ୍ଟେନମେଣ୍ଟ ଜୋନରେ ସାନିଟାଇଜର,ମାକ୍ସ ଓ ଶୁଖିଲଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଜେନା, ତର୍ତଙ୍ଗ ସରପଞ୍ଚ ରଙ୍ଗାଧର ଭୋଇ, ପୂର୍ବତନ ସରପଞ୍ଚ ଉଲ୍ଲାସ ବେହେରା, ନିରଞ୍ଜନ ସେନ, ବିଦ୍ୟାଧର ବାରିକ, ପୂର୍ବତନ ପାରିଷଦ ନିକୁଞ୍ଜ ବେହେରା, ସଞ୍ଜୀବ ସ୍ୱାଇଁ,ସେବାଦଳ ଅଧ୍ୟକ୍ଷ ଜଗଦାନନ୍ଦ ବେହେରା,ଦୁଲୁ ପରିଜା, ସତ୍ୟପ୍ରକାଶ ମଲ୍ଲିକ,ମାନସ ଭୋଇ,ସୁଜିତ୍ ଦାସ, ନିରଞ୍ଜନ ସେଠି, ସିଦ୍ଧାର୍ଥ ତ୍ରିପାଠୀ, ରବିନାରୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.