କାମ ସରିଛି, ମାତ୍ର ୭ ବର୍ଷ ହେଲା ପ୍ରାପ୍ୟ ମିଳିନାହିଁ।

0 266

ରାୟଗଡା,୨୦/୦୫(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ, ଭାମିନି ପଞ୍ଚାୟତର ଗୁମୁଡ଼ା ଜଗନ୍ନାଥ ମନ୍ଦିର ପରିସରରେ ସେତେବେଳର ବିଧାୟକ ରାମମୂର୍ତି ମୁଟିକା କଲ୍ୟାଣ ମଣ୍ଡପ ପାଇଁ ସ୍ୱତନ୍ତ୍ର ପ୍ରୋବ୍ଲେମ ପାଣ୍ଠିରୁ ୨ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଦେଇଥିଲେ।ଏହି ଅନୁଦାନ ୨୦୧୨/୧୩,କେସରେକର୍ଡ ନମ୍ବର ୭୬୩ରେ କାମ କରିବାକୁ ଅନୁମତି ମିଳିଥିଲା।ଏହି କାମ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିଲେ ମଧ୍ୟ, ଜଗନ୍ନାଥ ମନ୍ଦିର କମିଟି ସଭାପତି ରାଧାକୃଷ୍ଣ ପାଣିଗ୍ରାହୀ କାମର ଦାୟିତ୍ୱ ନେଇ ନିଜ ହାତରୁ ଟଙ୍କା ଖର୍ଚ୍ଚ କରିଥିଲେ। କାମର କିଛି ଅଂଶ ସରିବାପରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଏଲ ମୁରଲୀକୃଷ୍ଣ ୧ଲକ୍ଷ ୨ ହଜାର ଟଙ୍କାର ବିଲ କରିଥିଲେ। କାମ ସରିଯିବା ପରେ ମଧ୍ୟ ବଳକା ୧ଲକ୍ଷ ୪୮ ହଜାର ଟଙ୍କା ଦୀର୍ଘ ୭ବର୍ଷ ହେଲା ମିଳିପାରୁନି। ଏହି ୭ ବର୍ଷ ମଧ୍ୟରେ ୫ଜଣ ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ହୋଇସାରିଛି।କମିଟି ସଭାପତି ପ୍ରତି ନୂଆ ବିଡ଼ିଓଙ୍କୁ ଭେଟି ବିଲ ପାଇଁ ଅନୁରୋଧ କରିଛନ୍ତି,ମାତ୍ର ତାଙ୍କର ପ୍ରାପ୍ୟ ମିଳୁନାହିଁ। ଖବର ନେବାରୁ ଜଣା ଯାଉଛି ଯେ ସେହି କେସ ରେକର୍ଡ ହଜିଯାଇଛି। ତାର ନକଲ ବାହାର କରି ପୈଠ କରିବାକୁ ଚେଷ୍ଟା କଲେ ମଧ୍ୟ ଜିଲ୍ଲାରେ ତାର ଏଷ୍ଟିମେଟ ମଧ୍ୟ ମିଳୁନାହିଁ।ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଓ କିପରି ସେହି ପ୍ରାପ୍ୟ ମିଳିବ ତାର ବ୍ୟବସ୍ଥା କରିବାକୁ ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ଦାବୀ କରିଛନ୍ତି ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.