ବିବାହ ଓ ନିର୍ବନ୍ଧ ଭୋଜି ବନ୍ଦ କଲା ପ୍ରଶାସନ ।

0 345

ଭଞ୍ଜନଗର,୧୯/୦୫(ପିପିଟି); କରୋନା ମୁକାବିଲା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି। ହେଲେ ବାରମ୍ବାର ସଚେତନ କଲେ ମଧ୍ୟ ବହୁ ଲୋକ ଏହାକୁ ମାନିବାକୁ ରାଜି ନୁହଁନ୍ତି।ସାମାଜିକ କାର୍ଯ୍ୟ ଓ ଭୋଜିଭାତ ପାଇଁ କଟକଣା ରହିଥିଲେ ମଧ୍ୟ ତାହା ପୂର୍ବ ପରି ଚାଲିଛି। ଭଞ୍ଜନଗର ବ୍ଲକ ଦଦରା ଲୁଣ୍ଡା ଗ୍ରାମରେ ବିନା ଅନୁମତିରେ ପ୍ରକାଶ ଚନ୍ଦ୍ର ଗୌଡ଼ଙ୍କ ଏକ ବିବାହ ଭୋଜି ଚାଲିଥିବା ଖବର ପାଇ ତହସିଲଦାର ଆଲୋକ କୁମାର ପ୍ରଧାନ ଓ ଅନ୍ୟ କର୍ମଚାରୀ ଚଢ଼ାଉ କରି ଭୋଜି କୁ ବନ୍ଦ କରିଥିଲେ।ଏସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ଏକ କେଶ ରୁଜୁ ହୋଇଥିବା ବେଳେ ମୁଜାଗଡ଼ ଗ୍ରାମରେ ମଧ୍ୟ ଏକ ନିର୍ବନ୍ଧ ଭୋଜିରେ ଘର ଭିତରେ ପ୍ରାୟ ୧୦୦ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଥିଲା। ସେଠାରେ ମଧ୍ୟ ତହସିଲଦାର ଓ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଚଢ଼ାଉ କରି ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ଖାଦ୍ୟ ସାମଗ୍ରୀକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ।)

Leave A Reply

Your email address will not be published.