ଶେରଗଡ଼ ରେ ରାତ୍ରିକାଳୀନ କୋଭିଡ଼ ତଦାରଖ ଜୋରଦାର,ବହୁ ଦୋକାନ ସିଲ୍ ।

0 279

ବ୍ରହ୍ମପୁର,୧୮/୦୫(ପିପିଟି); କରୋନା ରୋଗ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କୋଭିଡ଼ ଗାଇଡଲାଇନକୁ ମାନି ସହରାଞ୍ଚଳରେ ମଧ୍ୟାର୍ଣ୍ଣ ୧୨ଟା ରୁ ବଜାର ବନ୍ଦ ରହୁଛି । କିନ୍ତୁ ଗ୍ରାମାଞ୍ଚଳରେ ଆମାନିଆ ଦୋକାନୀଙ୍କ ବ୍ୟବସାୟ ଚାଲୁ ରହୁଛି । ଫଳରେ ଦିନରେ ଶେରଗଡ ବଜାର ଏବଂ ଆଖପାଖ ଅଞ୍ଚଳକୁ ସନ୍ଧ୍ୟାରେ ଗ୍ରାମାଞ୍ଚଳରେ କୋଭିଡ ତଦାରଖ କାର୍ଯ୍ୟ ଜୋରଦାର କରାଯାଇଛି। ଏଣୁ କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ଶେରଗଡ ତହସିଲ କର୍ମଚାରୀଙ୍କ ସହିତ ତହସିଲଦାର ଦିନରାତି ତଦାରଖ ପାଇଁ ଅଣ୍ଟାଭିଡି ଦାୟିତ୍ୱ ପାଳନ କରିବା ଦେଖିବାକୁ ମିଳିଛି । ଆଜି କୋଭିଡ଼ ନିୟମ ଉଲ୍ଲଂଘନ କରିବା ନେଇ ଶେରଗଡ ତହସିଲଦାର ଦୟାସିନ୍ଧୁ ପରିଡା ଗ୍ରାମାଞ୍ଚଳରେ ୭ଟି ଦୋକାନ ସିଲ କରିଛନ୍ତି। ପଥରପୁଞ୍ଜି, ଗୋବିନ୍ଦପୁର, ବାକିଲିକଣା ଓ ବଳିୟାରସିଂହପୁର ଗ୍ରାମର କିଛି ଦୋକାନ ଖୋଲାଖୋଲି ଭାବେ ବ୍ଯବସାୟ କରୁଥିବା ସହ ଜନଗହଳି କରିଥିଲେ । ଫଳରେ କୋଭିଡ଼ ଆଇନ ଉଲ୍ଲଂଘନରେ ସଂପୃକ୍ତ ଅଞ୍ଚଳର ଦୋକାନକୁ ଶେରଗଡ ତହସିଲ ପ୍ରଶାସନିକ ଅଧିକାରୀମାନେ ସିଲ କରିଥିବା ସୂଚନା ରେ କହିଛନ୍ତି ।

Leave A Reply

Your email address will not be published.