ପଶୁଜନ୍ତୁଙ୍କୁ ଖାଦ୍ୟ ଯୋଗାଇଲା କୋଦଳା ଏନ୍ଏସି ।

0 298

କୋଦଳା,୧୨/୦୫(ପିପିଟି); କିଲର କରୋନା କୁ ନେଇ ଚାରିଆଡେ ଭୟଙ୍କର ପରିସ୍ଥିତି । ଏହାକୁ ନେଇ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଦିନ ୧୨ଘଣ୍ଟ ପରେ ସମସ୍ତ ଦୋକାନ ବଜାର ବନ୍ଦ!ଲୋକେ ଘରୁ ବାହାରିବାକୁ ଇଚ୍ଛା କରୁନାହାନ୍ତି ।ଏହାରି ଭିତରେ ପଶୁ ପକ୍ଷୀ ମାନଙ୍କୁ ଆଧାର ଟିକେ ମିଳୁନାହିଁ । ଏହାକୁ ନେଇ ରାଜ୍ୟ ସରକାର ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅର୍ଥ ଯୋଗାଇଥିବା ବେଳେ ବୁଧବାର ଠାରୁ କୋଦଳା ଏନ୍ଏସି ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।କୋଦଳା ଏନ୍ଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି ଏହାର ଦାଇତ୍ୱ ନେଇ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ନିଜର ସଫେଇ କର୍ମଚାରିଙ୍କୁ ସାଥିରେ ନେଇ ଛକ ଛକ ରେ ବୁଲି ବୁଲା ଗାଈଗୋରୁ ଏବଂ କୁକୁର ବିଲେଇଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ପହଞ୍ଚି ତଦାରଖ କରିଥିଲେ ।

Leave A Reply

Your email address will not be published.