ଆଦର୍ଶ ବିଦ୍ୟାଳୟରେ ଖୋଲାଗଲା କୋଭିଡ଼ି କେୟାର ସେଣ୍ଟର ।

0 375

କୋଦଳା,୦୫/୦୫(ପିପିଟି);କରୋନାର ଦ୍ୱତୀୟ ଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଖୋଲା ଗଲା କୋଭିଡ଼ି କେୟାର ସେଣ୍ଟର । ଏହି ସେଣ୍ଟରରେ ୧୬୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ବୁଧବାର କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା ଉକ୍ତ କେନ୍ଦ୍ରକୁ ଯାଇ ସମସ୍ତ ବିଷୟ ସମୀକ୍ଷା କରିଥିଲେ । ଉକ୍ତ କେନ୍ଦ୍ର ରେ ବିଧାୟିକା ଙ୍କ ଆଞ୍ଚଳିକ ବିକାଶ ପାଣ୍ଠିରୁ ଦୁଇ ଗୋଟି ଅମ୍ଲଜାନ ସୃଷ୍ଟି ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ କୋଡିଏ ଟି ଅକ୍ସିଜେନ ସିଲିଣ୍ଡର ଯୋଗାଇବା ପାଇଁ ଜିଲ୍ଲାକୁ ଅନୁରୋଧ କରାଯାଇଛି। ଜଣେ ଡାକ୍ତରଙ୍କ ସହ ଅନେକ ସ୍ୱାସ୍ଥ୍ୟକର୍ମୀ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଂଚଳର କରୋନ ଚି଼ହ୍ନଟ ବ୍ୟକ୍ତି ମେଡିକାଲକୁ ରେଫେର ହେଲେ ସେମାନେ ଏହି କେନ୍ଦ୍ରରେ ରହି ସମସ୍ତ ସୁବିଧା ପାଇ ପାରିବେ ବୋଲି ଜଣାପଡ଼ିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.