ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ।

0 181

ବେଲଗୁଣ୍ଠା,୦୩/୦୫(ପିପିଟି); ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଏକ ଜରୁରୀ ବୈଠକର ଆୟୋଜନ କରାଯାଇ ଏହାର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ଉପସଭାପତି ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁ୍ଥିବା ବିଦ୍ୟାଳୟ ପରିଚାଳନା କମିଟିକୁ ଭଙ୍ଗ କରାଯିବା ସହିତ ନୂତନ କମିଟି ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ନୀଳମଣି ବିଷୋୟୀଙ୍କୁ ନୂତନ ସଭାପତି ଭବେ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ବିପ୍ରଚରଣ ବିଷୋୟୀ ଏବଂ ସମ୍ପାଦକ ଭାବେ ସୀମାଞ୍ଚଳ ପୃଷ୍ଟିଙ୍କୁ ମନୋନୀତ କରାଯାଇଥିଲା । ଏହା ସହିତ ପରିଚାଳନା କମିଟି ସଦସ୍ୟ ଭାବେ ଶରତଚନ୍ଦ୍ର ବିଷୋୟୀ, ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ନିତ୍ୟାନନ୍ଦ ବିଷୋୟୀ, ପ୍ରକାଶ ଚନ୍ଦ୍ର ବିଷୋୟୀ, ଅର୍ଜୁନ ବିଷୋୟୀ, ଜଗନ୍ନାଥ ବିଷୋୟୀ ,ସନ୍ତୋଷ କୁମାର ବିଷୋୟୀ, ଗୋପୀନାଥ ସ୍ୱାଇଁ, ଅଶୋକ କୁମାର ଗୌଡ଼, ଶଙ୍କର ବିଷୋୟୀ, ବିକ୍ରମ ପାତ୍ର ଏବଂ ରତ୍ନାକର ନାୟକ ପ୍ରମୁଖଙ୍କୁ ମନୋନୀତ କରି ଶପଥପାଠ କରାଯିବା ସହ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ନୂତନ ସଭାପତି ଶ୍ରୀ ବିଷୋୟୀ ଅଗାମୀ ଦିନରେ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ଏବଂ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନକୁ ଗୁରୁତ୍ବ ଦେବା ସହିତ ବିଦ୍ୟାଳୟର ଭିତ୍ତିଭୂମି ପରିବର୍ତ୍ତନ କରି ଗଞ୍ଜାମ ଜିଲ୍ଲାରେ ଏହାକୁ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ପ୍ରତିଶୃ୍ତି ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା।)

Leave A Reply

Your email address will not be published.