ଅଖିଳ ଭାରତ ଯୁବ ସଂଘର ପ୍ରତିଷ୍ଠା ଦିବସ ପାଳିତ।

0 274

ଜଗତସିଂହପୁର,୦୩/୦୫(ପିପିଟି); ଜଗତସିଂହପୁର ଜିଲ୍ଲା ଜୋନାଲ କମିଟି ପକ୍ଷରୁ ଅଖିଳ ଭାରତ ଯୁବ ସଂଘର ୬୨ ତମ ପ୍ରତିଷ୍ଠା ଦିବସ ଉଗାଳପୂର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଆଇଓ୍ଵାଇଏଫ୍ ଜଗତସିଂହପୁର ଜିଲ୍ଲା ଆବାହିକା ରୋଜାଲିନ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅଖିଳ ଭାରତ ଯୁବ ସଂଘ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି ଯୋଗଦେଇ ଏଆଇଓ୍ଵାଇଏଫ୍ ର ପତାକା ଉତ୍ତୋଳନ କରିଥିଲେ । କୁମ୍ଭ ମେଳାକୁ ଅନୁମତି ଦେଇ କରୋନା ମହମାରୀର ଦ୍ଵିତୀୟ ଲହର ସଂକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ସତ୍ୟ ରଂଜନ ମହାନ୍ତି । ଆସାମ,ପଶ୍ଚିମବଙ୍ଗ,ତାମିଲନାଡୁ,କେରଳ ଓ ପୁଡୁଚେରୀ ବିଧାନ ସଭା ନିର୍ବାଚନୀ ସଭା, ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ତଥା ଅନ୍ୟାନ୍ୟ ଉପନିର୍ବାଚନକୁ ଅନୁମତି ଦେଇ ଭାରତୀୟ ନିର୍ବାଚନ କମିଶନ ହଜାର ହଜାର ଲୋକଙ୍କ ମୃତ୍ୟୁ ମୁଖରେ ପକାଇଥିଵାରୁ ଦଣ୍ଡିତ ହେବା ଉଚିତ୍ ବୋଲି ନିଜ ମତ ରଖିଛନ୍ତି ଜିଲ୍ଲା ଆବାହିକା ରୋଜାଲିନ ଦାଶ ।
( ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.