ଅଫ୍‌ଲାଇନ୍‌ରେ ପିଡିଏସ୍‌ ସାମଗ୍ରୀ ଦେବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

0 278

କନ୍ଧମାଳ,୦୨/୦୫(ପିପିଟି): ପିଡିଏସ୍‌ ସାମଗ୍ରୀ ଅଫ୍‌ଲାଇନ୍‌ ମାଧ୍ୟମରେ ଯୋଗାଇଦେବା ପାଇଁ ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଏହିଭଳି ନିଷ୍ପତ୍ତି ନେବାକୁ ଅଭିଯୋଗରେ ଦର୍ଶାଯାଇଛି। ଦୀର୍ଘ ୮ବର୍ଷ କାଳ ସାଧାରଣ ବଣ୍ଟନ ବ୍ୟବସ୍ଥା ସୁଚାରୁରୂପେ ହୋଇଆସୁଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଧାର କିମ୍ବା ଆଇଆର୍‌ଆଇଏସ ଦ୍ୱାରା ପିଡିଏସ୍‌ ସାମଗ୍ରୀ ଚାଉଳ, ଗହମ, କିରୋସିନ ବଣ୍ଟନ କଲେ ସଂକ୍ରମଣ ବଢ଼ିପାରେ। କାରଣ ଗୋଟିଏ ଇପିଓଏସ୍‌ ମେଶିନ ଦ୍ୱାରା ସମସ୍ତ ହିତାଧିକାରୀଙ୍କ ଆଖି ଓ ଅଙ୍ଗୁଳି ସ୍କାନ ହେଉଥିବା ଯୋଗୁ ହିତାଧିକାରୀମାନେ ସଂକ୍ରମଣ ହେବାର ଆଶଙ୍କା ରହିଛି। ତେଣୁ ଅନ୍‌ଲାଇନ୍‌କୁ ଛାଡି ଅଫ୍‌ଲାଇନ୍‌ ଦ୍ୱାରା ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ସଂଘର ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ଦେହୁରୀ, ସଦସ୍ୟ ଭୀମସେନ ଗଣ୍ଡା, ଅରୁଣ କହଁର, ନୟନୀ ମଲିକ, ଅର୍ଜୁନ ସାହାଣୀ ପ୍ରମୁଖ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.