କୋଦଳାରେ ଅଗ୍ନି ନିରାପତ୍ତା ନେଇ ମକ୍ ଡ୍ରିଲ୍ ସଚେତନତା କାର୍ଯ୍ୟକ୍ରମ ।

0 360

କୋଦଳା,୧୭/୦୪(ପିପିଟି); ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି କୋଦଳା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଅଗ୍ନି ନିରାପତ୍ତା ସପ୍ତାହ ଅବସରରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ଏକ ମକ୍ ଡ୍ରିଲ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହଟାତ୍ ନିଆଁ ଲାଗିଲେ କେମିତି ଆୟତ କରିହେବ ଏଥି ସହିତ ଅଗ୍ନି ଦାଉ ରୁ କେମିତି ରକ୍ଷା ଏବଂ ସୁରକ୍ଷିତ ପାଇ ପାରିବା, ଏବଂ ପାଣିରେ ବୁଡ଼ିଲେ କେମିତି ସୁରକ୍ଷିତ ରହିବା ସେ ନେଇ ମକ୍ ଡ୍ରିଲ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ଅଗ୍ନିଶମ କେନ୍ଦ୍ରର ଅଧିକାରୀ ସୁଜୟ କୁମାର ହେମ୍ବ୍ରମ, ମୁଖ୍ୟ ଆଗ୍ନିକ ମହେନ୍ଦ୍ର ଜେନା, ଡ୍ରାଇଭର୍ ହାବିଲଦାର ରାମ କୃଷ୍ଣ ମଲ୍ଲିକ, ଆଗ୍ନିକ ବାବୁଲା ବେହେରା, ପ୍ରେମାନନ୍ଦ କାଣ୍ଡି, ବିଦେଶୀ ନାୟକ, ନିରଞ୍ଜନ ସ୍ଵାଇଁ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ଯ ନାରାୟଣ ବଡୁ। )

Leave A Reply

Your email address will not be published.