ତିର୍ତ୍ତୋଲ,୧୫/୦୪(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍-୧୯ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନିମନ୍ତେ ଏହି ଟୀକାକରଣ କାର୍ଯ୍ୟକ୍ରମ ୧ ଏପ୍ରିଲ ୨୦୨୧ ଠାରୁ ଦେଶବ୍ୟାପୀ କରାଯାଉଛି । ଆଜି ଦିବା ୭ ଘଟିକା ଠାରୁ ଲେକେ କଟରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଇନରେ ରହି ଏହି ଟୀକାକରଣ ନିମନ୍ତେ ନାମ ପଞ୍ଜୀକରଣ କରାଇଥିଲେ । ପ୍ରଥମ ଦିନରେ ୧୨୦ ଜଣ ଲୋକଙ୍କ ନାମ ପଞ୍ଜୀକରଣ କରାଯାଇ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ଟୀକାଦାନ କରାଯାଇଛି । କୋଭିଡ୍ ନିୟମ ପାଳନ ନକରି ଲୋକେ ଲାଇନରେ ଠିଆ ହେଉଥିବାର ଦେଖିବାକୁ ମିଳିଛି ।ପର୍ଯ୍ୟାପ୍ତ ଟୀକା ନ ଥିବାରୁ ବହୁଲୋକ ନିରାଶ ହୋଇ ଫେରିଥିବା ଜଣାପଡିଛି । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)