ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ଶେରଗଡ଼ ଗ୍ରସ୍ତ ;ବସଷ୍ଟାଣ୍ଡ ଜମିରେ ଡମ୍ପିଂୟାଡ଼ ଦେଖି ହେଲେ ତାଜୁବ ।

0 608

ଶେରଗଡ଼,୧୦/୦୪(ପିପିଟି) : ଆଜି ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଶେରଗଡ଼ ଗ୍ରସ୍ତ କରି ବିଭିନ୍ନ ଉନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଆଜି ଦିନ ଦୁଇଟା ସମୟରେ ପ୍ରଥମେ ପିତଳ ଓ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ସ୍ମାର୍ଟ କ୍ଲାସ ପରିଦର୍ଶନ କରିଥିଲେ । ପରେ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ସ୍ମାର୍ଟ କ୍ଲାସ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ପରାମର୍ଶ ଦେଇଥିଲେ । ଧନନ୍ତର ଦେଉଳି ବନ୍ଧ ଉନ୍ନତି କାର୍ଯ୍ୟ ଦେଖି ପ୍ରଶଂସା କରିଥିଲେ ପରେ ଶେରଗଡ଼ ବସଷ୍ଟାଣ୍ଡ ଜମି ଦେଖିବାକୁ ଯାଇଥିଲେ ।ବସଷ୍ଟାଣ୍ଡ ଜମିରେ କୁଢ଼ କୁଢ଼ ଆଳିଆଗଦା ଦେଖି ତାଯୁବ ହୋଇଯାଇଥିଲେ । ଶୀଘ୍ର ଜମିରୁ ଅଳିଆ ହଟାଇ ଏବଂ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ।ଶେରଗଡ଼ ମେଡିକାଲ ଗ୍ରସ୍ତ କରିଥିଲେ |ମେଡିକାଲ ରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ବିଶେଷଜ୍ଞ ନଥିବା କଥା ମେଡିକାଲ ଅଫିସର ଡାକ୍ତର ସାନୁ ଦେବୀ ଅଭିଯୋଗ କରିଥିଲେ ପରେ ବ୍ଲକ ଠାରେ ଏକ ଜନପ୍ରତିନଧି ବୈଠକରେ ଯୋଗ ଦେଇଥିଲେ । ଶେରଗଡ଼ର ଚାରିଛକ ନାଳ କାମ ଓ ବସଷ୍ଟାଣ୍ଡ କାମ ଶୀଘ୍ର କରିବା ପାଇଁ ଗ୍ରାମବାସି ଅଭିଯୋଗ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ସୁରଞ୍ଜନ ସାହୁ, ଡ଼ତହସିଲଦାର ଦୟାସିନ୍ଧୁ ପରିଡା,ବ୍ଲକ ଅଧ୍ୟକ୍ଷ ସାରସ ସ୍ୱାଇଁ, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀ, ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା ଚୌଧୁରୀ, ହୀନ ବେହେରା,ବରୁଣ ପୋଲାଇ, ରବୀନ୍ଦ୍ର ଦାସ, ନରେନ୍ଦ୍ରପୁର ହାଇସ୍କୁଲ ସଭାପତି ସୂର୍ଯ୍ୟ ନାରାୟଣ ଦାଶ ସମେତ ବହୁ ଜନ ପ୍ରତିନଧି ଯୋଗ ଦେଇଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.