କବିସୂର୍ଯ୍ଯ ନଗର ଠାରେ ପୁଲିସ ଓ ପ୍ରଶାସନ ପକ୍ଷରୁ କରୋନା ସଚେତନ।

0 621

କବିସୂର୍ଯ୍ଯ ନଗର,୦୭/୦୪(ପିପିଟି); କରୋନାର ଦ୍ୱତୀୟ ଲହର ଆରମ୍ଭ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କଟକଣା । ଆଜି କବିସୂର୍ଯ୍ୟନଗର ସହରରେ ପୁଲିସ ଓ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ସଚେତନ କରା ଯାଇଛି । ସାମାଜିକ ଦୂରତ୍ବ,ମାସ୍କ ଓ ସାନିଟାଇଜର ପ୍ରତି ଗୁରୁତ୍ବ ଦେବା ପାଇଁ ଲୋକମାନଙ୍କୁ ବୁଝା ଯାଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ର ପାଞ୍ଚ ସୂତ୍ର ନିୟମକୁ କଡା କଡି ପାଳନ କରିବାକୁ ଜନସାଧାରଣଙ୍କୁ ଏବଂ ବ୍ୟବସାୟୀ ମାନଙ୍କୁ କୁହା ଯାଇଛି । ଏହି ଅବସରରେ ଆଜି ଅପରାହ୍ନ ରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୀମା ସ୍ୱାଇଁ,ତହସିଲଦାର ପ୍ରକାଶ କୁମାର ମିଶ୍ର, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ପୋଲିସ କର୍ମଚାରୀ ମାନେ ସହରରେ ଫ୍ଲାଗମାର୍ଚ୍ଚ କରିବା ସହ ଛକ ଛକରେ ଲୋକଙ୍କୁ ସଚେତନ କରାଇଥିଲେ । ଦୋକାନୀ ମାନେ ପାଞ୍ଚ ସୂତ୍ର ନିୟମ ପାଳନ ନ କଲେ ଦୋକାନ ସିଲ ହେବା ସହ ଜୋରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.