ଲିଆରୀ, ନିଆରୀ ଓ ଚୁଡୁତିଆ ଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗରେ ସାମିଲ ପାଇଁ ଦାବି ।

0 357

ଭଞ୍ଜନଗର,୦୫/୦୪(ପିପିଟି); ନିଖିଳ ଉତ୍କଳ ଲିଆରୀ, ନିଆରୀ ଓ ଚୁଡୁତିଆ ମହାସଂଘ ଘୁମୁସର ତାଲୁକା ତରଫରୁ ସେମାନଙ୍କୁ ତୁରନ୍ତ ଅନ୍ୟାନ୍ୟ ପଛୁଆ ବର୍ଗରେ ଯଥା ଓବିସି ଓ ଏସଇବିସି ରେ ସାମିଲ କରିବା ପାଇଁ ଦାବୀ କରିଛି। ସୋମବାର ସଂଘର ବହୁ କର୍ମକର୍ତ୍ତା ଏସଂକ୍ରାନ୍ତରେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଡେପୁଟି କଲେକ୍ଟର ବିଶ୍ୱରଞ୍ଜନ କହଁରକୁ ଏଜ ଦାବି ପତ୍ର ପ୍ରଦାନ କରିଥିଲେ।ସେମାନଙ୍କ କହିବାନୁସାରେ ବହୁ ବର୍ଷ ହେଲା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଲିଆରୀ, ନିଆରୀ ଓ ଚୁଡୁତିଆ ଜାତିର ଉଭୟ ପୁରୁଷ ଓ ମହିଳା ଚୂଡ଼ା କୁଟିବା, ଲିଆ, ମୁଡ଼ି, ଚଣା ଭାଜିବା ଭଳି କୌଳିକ ବୃତ୍ତିକୁ ଆପଣେଇ କମ ରୋଜଗାରରେ ଚଳି ଆସୁଛନ୍ତି। ସାମାଜିକ, ଶିକ୍ଷାଗତ, ଅର୍ଥନୈତିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଏହି ଜାତି ଅନ୍ୟ ଜାତିଠାରୁ ପଛୁଆ ଜାତି ଭାବେ ରହିଛି।ସରକାର ବହୁ ଉଚ୍ଚ ଜାତିକୁ ଓବିସି ବର୍ଗରେ ସାମିଲ କରିଥିଲେ ମଧ୍ୟ ଲିଆରୀ, ନିଆରୀ ଓ ଚୁଡୁତିଆ ଜାତି ଆଜି ଅବହେଳିତ, ଗରୀବ ତଥା ନିଷ୍ପେସିତ ହୋଇଥିଲେ ମଧ୍ୟ ସେମାନଙ୍କୁ କୌଣସି ସଂରକ୍ଷଣ ବର୍ଗରେ ସାମିଲ କରାଯାଇ ନଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ଜାତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଅନ୍ୟାନ୍ୟ ପଛୁଆ ବର୍ଗରେ ତାଲିକା ଭୁକ୍ତ କରିବା ପାଇଁ ଜଣାଇଛନ୍ତି। ଏଥିରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ବେହେରା, ଉପସଭାପତି ରବୀନ୍ଦ୍ର ବେହେରା,ସମ୍ପାଦକ ବୁଲୁ ବେହେରା, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ଯୁଗଳ କିଶୋର ବେହେରା, ଟୁନା ବେହେରା,ଭଗବାନ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.