କୋଦଳା,୦୫/୦୪(ପିପିଟି); ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ର ସମିତି ସଭ୍ୟ ପଦ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ପୂର୍ବତନ ସମିତିସଭ୍ୟ ସ୍ବର୍ଗତ ସୁବଳ ସାହୁଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ସମିତିସଭ୍ୟ ପଦବୀ ଲାଗି ୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଆସନ୍ତା ଅପ୍ରେଲ ୨୮ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଦୁଇ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ସୁନିତା ସାହୁ ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିଥିବା ବେଳେ ବରିଡା ଗ୍ରାମର କୁନା ସ୍ୱାଇଁ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ବିଜେପି ନେତା ରଞ୍ଜନ କୁମାର ପଲେଇ, ଅନିଲ କୁମାର ପଣ୍ଡାଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଞ୍ଚର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ତାରିଖ ରହିଛି ବୋଲି ସୂଚନା ଦେଇଛନ୍ତି ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ । ପ୍ରକାଶ ଥାଉ କି ଚନ୍ଦନପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ସ୍ବର୍ଗତ ସୁବଳ ସାହୁ ଗତ ୦୬/୦୯/ ୨୦୨୦ ରେ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ମୃତ୍ୟୁବରଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)