ବିଦ୍ଯୁତ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସର ଗଣଧାରଣା;ବିଦ୍ଯୁତ ଦର ବୃଦ୍ଧି ପ୍ରତ୍ଯାହାର ପାଇଁ ଦୃଢ ଦାବି ।

0 436

ମାଲକାନଗିରି,ତା:୦୫/୦୪(ପିପିଟି);ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତାମନେ ଡିଏନକେ ଠାରେ ଥିବା ବିଦ୍ଯୁତ ବିଭାଗ କାର୍ଯ୍ଯାଳୟ ସମ୍ମୁଖରେ ବିଦ୍ଯୁତ ଶୁଳ୍କ ବୃଦ୍ଧିକୁ ପ୍ରତିବାଦ କରି ୪ ଘଣ୍ଟା ବ୍ଯାପି ଗଣ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶେଷ କରି ଟାଟା ବିଦ୍ଯୁତ୍ ବିତରକ ସଂସ୍ଥା ବିତରଣ ଦାୟିତ୍ବ ନେବା ଠାରୁ ୭ ମାସ ମଧ୍ଯରେ ୨ ଥର ବିଦ୍ଯୁତ୍ ଶୁଳ୍କ ବୃଦ୍ଧି ଘଟିଛି । ୨୦୦ ୟୁନିଟ ବିଦ୍ଯୁତ ବ୍ଯବହାର କରୁଥିବା ଉପଭୋକ୍ତାଙ୍କୁ ୟୁନିଟ ପିଛା ୫ ଟଙ୍କା ୬୦ ପଇସା ଏବଂ ୪୦୦ ୟୁନିଟ୍ ତା ତଦୁର୍ଦ୍ଧ ବିଦ୍ଯୁତ ବ୍ଯବହାର ପାଇଁ ୟୁନିଟ ପିଛା ୬ଟଙ୍କା ୨୦ ପଇସା ଦେବାକୁ ହେଉଛି, ଏହା ପ୍ରତ୍ଯେକ ଉପଭୋକ୍ତାଙ୍କ ପାଇଁ ଅତ୍ଯନ୍ତ ଅସହ୍ଯ । ୨୦୧୬ ବିମୁଦ୍ରକରଣ ପରେ ପରେ କରୋନା ମହାମାରୀ ମଧ୍ଯବିତ୍ତ ପରିବାର ବର୍ଗଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ରାଜ୍ଯ ସରକାରଙ୍କ ବିଦ୍ଯୁତ୍ ଶୁଳ୍କ ବୃଦ୍ଧି କରିବା ବେଡି ଉପରେ କରୋଡା ମାଡ ସଦୃଶ୍ୟ । ଓଡିଶା ସରକାର ରାଜ୍ଯରେ ନିଜେ ବିଦ୍ଯୁତ ଉତ୍ପାଦନ କରୁଥିବାବେଳେ ଅହେତୁକ ବିଦ୍ଯୁତ ଦର ବୃଦ୍ଧିକୁ କଂଗ୍ରେସ କଡା ବିରୋଧ କରିଛି । ଏଠାରେ ବିଦ୍ଯୁତ ଉତ୍ପାଦନ ଲାଗି ପାଣି ଏବଂ କୋଇଲା ଶସ୍ତା ଥିବା ସତ୍ବେ ରାଜ୍ଯ ସରକାର ବିଦ୍ଯୁତ୍ ଦର ବଢାଇବାର କୌଣସି ଯଥାର୍ଥତା ନାହିଁ ବୋଲି କଂଗ୍ରେସ ପ୍ରତିବାଦ କରିଛି । ତୁରନ୍ତ ରାଜ୍ଯ ସରକାର ବିଦ୍ଯୁତ ଦର ବୃଦ୍ଧିକୁ ପ୍ରତ୍ଯାହାର କରିବାକୁ ଦୃଢ ଦାବି କରିଛି । ଏହି ଗଣଧାରଣାରେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର,କାର୍ଯ୍ଯକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ଯକ୍ଷ ମାଲା ମାଢି, ଚାଲାଣଗୁଡା ପୂର୍ବତନ ସରପଞ୍ଚ ଇର୍ମା ପଡିମୀ,କମଳା ଢାଲି,ପର୍ଶୁରାମ ଭକ୍ତ, ପେଣ୍ଡ୍ର ପଣ୍ଡୀ, ସୁନାଧର କାକାରୀ,ପି.କେଶୁ ରାଓ, ପ୍ରାଣକ୍ରିଷ୍ଣ ମଣ୍ଡଲ,ଲକ୍ଷ୍ମୀ ମହାରଣା, ମଙ୍ଗୁ ଖିଲ,ପ୍ରମୁଖ ଯୋଗଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.